
ରାଜ୍ୟପାଳଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ କେରଳର ୯ ବିଶ୍ୱବିଦ୍ୟାଳୟ କୁଳପତି
ଥିରୁଭାନନ୍ତପୁରମ୍ : କେରଳର ୯ ବିଶ୍ୱବିଦ୍ୟାଳୟର କୁଳପତିମାନେ ରାଜ୍ୟପାଳ ଆରିଫ ମହମ୍ମଦ ଖାନଙ୍କ ଇସ୍ତଫା ଆଦେଶକୁ ଚ୍ୟାଲେଞ୍ଜ କରି କେରଳ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସମସ୍ତ କୁଳପତିମାନେ ଇସ୍ତଫା ଉପରେ ରୋକ ଲଗାଇବାକୁ ଦାବି କରିଛନ୍ତି। ଏଥି ସହ କେରଳ ହାଇକୋର୍ଟ ସୋମବାର ଅପରାହ୍ନ ୪ ଟାରେ ଏକ ସ୍ବତନ୍ତ୍ର ବୈଠକ କରି ଏହି ଆବେଦନ ଉପରେ ବିଚାର କରିବେ।
ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗର ନିୟମକୁ ବିରୋଧ କରି ସୁପ୍ରିମକୋର୍ଟଙ୍କ ଆଦେଶକୁ ଦୃଷ୍ଟିରେ ରଖି କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାନ ରାଜ୍ୟର ନଅ ବିଶ୍ୱବିଦ୍ୟାଳୟର କୁଳପତିଙ୍କୁ ସୋମବାର ସକାଳେ ଇସ୍ତଫା ଦେବାକୁ କହିଥିଲେ। ଏହାକୂ ନେଇ ରାଜନୈତିକ ପ୍ରତିକ୍ରିୟା ମଧ୍ୟ ଏହି ପ୍ରସଙ୍ଗରେ ଆସିବା ଆରମ୍ଭ କରିଛି।