ଚଣ୍ଡିଗଡ ବିଶ୍ୱବିଦ୍ୟାଳୟରେ ଏମଏମଏସ ଭାଇରାଲ ଘଟଣା: ଗିରଫ ଯୁବତୀ ନିଜର ଭିଡିଓ କରିଥିଲେ, ତଦନ୍ତ ପାଇଁ ସିମଲାରେ ପୋଲିସ ଟିମ

ଚଣ୍ଡିଗଡ: ଚଣ୍ଡିଗଡ ବିଶ୍ୱବିଦ୍ୟାଳୟରେ ଏମଏମଏସ ଭାଇରାଲରୁ ନିଜକୁ ଦୂରେଇ ରଖିବାକୁ ପ୍ରସାୟ କରୁଛି ବିଶ୍ୱବିଦ୍ୟାଳୟ । ପୋଲିସର କଥାକୁ ୟୁନିଭର୍ସିଟି ଦୋହରାଇଛି । ବିଶ୍ୱବିଦ୍ୟାଳୟ ପକ୍ଷରୁ କୁହାଯାଉଛି ଯେ, ଗିରଫ ଯୁବତୀ ନିଜର ଭିଡିଓ କରିଥିଲେ ଏବଂ ନିଜ ବୟଫ୍ରେଣ୍ଡକୁ ପଠାଇଥିଲେ । ଅନ୍ୟପଟେ ଏବେ ବି ବିଶ୍ୱବିଦ୍ୟାଳୟରେ ଯୁବତୀଙ୍କ ପ୍ରଦର୍ଶନ ଜାରି ରହିଛି ।

ଦାବି ଅନୁସାରେ, ଯେଉଁ ଭିଡିଓଟି ଭାଇରାଲ ହୋଇଛି ସେହିପରି ପ୍ରାୟ ୬୦ ଯୁବତୀଙ୍କ ଭିଡିଓ କରାଯାଇଛି । ଏଥିଯୋଗୁଁ ପ୍ରାୟ ୮ ଯୁବତୀ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ତେବେ ପୋଲିସ ଏବଂ ବିଶ୍ୱବିଦ୍ୟାଳୟ ପ୍ରଶାସନ ଏହି ଦାବିକୁ ଖଣ୍ଡନ କରିଛି । ବିଶ୍ୱବିଦ୍ୟାଳୟର ପ୍ରଫେସର ଚାନ୍ସଲର ଡା. ଆରଏସ ବାବା କହିଛନ୍ତି, ୬୦ ଯୁବତୀଙ୍କ ଏମଏମଏସ ଦାବିର କୌଣସି ଆଧାର ନାହିଁ ଏବଂ ଏହା ସମ୍ପୂର୍ଣ୍ଣ ଭୁଲ । ବିଶ୍ୱବିଦ୍ୟାଳୟ ତରଫରୁ ପ୍ରାଥମିକ ତଦନ୍ତ କରାଯାଇଛି ଏବଂ ଏହା ଅନୁସାରେ, ଯୁବତୀ ଜଣଙ୍କ ନିଜର ଭିଡିଓ କରି ନିଜ ବୟଫ୍ରେଣ୍ଡଙ୍କୁ ପଠାଇଥିଲେ ।

ଅନ୍ୟପଟେ ମିଡିଆ ରିପୋର୍ଟ ଅନୁସାରେ ଭିଡିଓ ବାବଦରେ ଜାଣିବା ପରେ ବହୁ ଯୁବତୀ ଭୟଭିତ ହୋଇଥିଲେ । ଅନେକଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଥିଲା ଏବଂ ସେମାନଙ୍କୁ ହସ୍ପିଟାଲ ନିଆଯାଇଛି । ଅନ୍ୟପଟେ ମୋହାଲି ଏସଏସପି ବିବେକ ସୋନୀ କହିଛନ୍ତି, ବିଶ୍ୱବିଦ୍ୟାଳୟର ସହଯୋଗ ପରେ ସ୍ପଷ୍ଟ ହୋଇଛି ଯେ, କେବଳ ଗୋଟିଏ ଭିଡିଓ ଅଛି, ଯାହା ଅଭିଯୁକ୍ତ ନିଜର କରିଥିଲେ ।

ଅନ୍ୟପଟେ ଏହି ମାମଲାର ତଦନ୍ତ କରିବା ପାଇଁ ପଞ୍ଜାବ ପୋଲିସ ସିମଲାରେ ପହଞ୍ଚିଛନ୍ତି । ଅଭିଯୁକ୍ତ ଛାତ୍ରୀ ଅନୁସାରେ ସେ ଭିଡିଓକୁ ସିମଲାରେ ଥିବା ନିଜ ବୟଫ୍ରେଣ୍ଡଙ୍କୁ ପଠାଇଛି । ଅନ୍ୟପଟେ ଛାତ୍ରୀଙ୍କ ଅଭିଯୋଗ ବିଶ୍ୱବିଦ୍ୟାଳୟ ଏହି ମାମଲାକୁ ଚପାଇବାକୁ ପ୍ରୟାସ କରୁଛି ।

Related Articles

Back to top button