ଚାନ୍ଦୀନି ଚୌକରେ ୫୦ ଦେକାନ ଜଳି ପାଉଁଶ

ନୂଆଦିଲ୍ଲୀ:  ରାତିସାରା ହୁତୁ ହୁତୁ ହୋଇ ଜଳୁଛି ନିଆଁ । ଜଳୁଥିଲା ଦୋକନା ଘର । ଏକାଥରକେ ୫୦ ଦେକାନ ଜଳି ପାଉଁଶ ହୋଇଗଲା । ଅଗ୍ନିଶମ ବିଭାଗ ଚେଷ୍ଟା କରି ବି ନିଆଁକୁ ଆୟତ୍ତ କରିପାରିଲାନି ।   ରାତିସାରା ୪୦ରୁ ଅଧିକ ଦମକଳ ଗାଡି ଆସି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ । ଏପରି ଦୃଶ୍ୟ ଦେଖିବାକୁ ମିଳିଥିଲା ଦିଲ୍ଲୀ ଚାନ୍ଦନୀ ଚୌକରେ ।

ଚାନ୍ଦୀନି ଚୌକ ଭଗୀରଥ ପ୍ୟାଲେସ ନିକଟରେ ଘଟିଛି ଭୟାବହ ଅଗ୍ନିକାଣ୍ଡ । ଗତକାଲି ପାଖାପାଖି ରାତି ୯.୩୦ ସମୟରେ ନିଆଁ ଲାଗିଥିଲା । ନିଆଁ ଏତେ ଜୋରେ ଲାଗିଥିଲା ଯେ ୧୨ ଘଣ୍ଟାର ସଂଘର୍ଷ ପରେ ନିଆଁକୁ ଆୟତ୍ତ କରିଥିଲା ଅଗ୍ନିଶମ ବିଭାଗ । ଏହି ଅଗ୍ନିକାଣ୍ଡରେ କେହି ଆହାତ ହୋଇ ନ ଥିବା ଜଣାପଡିଛି ।

ଅଗ୍ନିକାଣ୍ଡରେ ୫୦ରୁ ଅଧିକ ଦୋକାନ ଜଳି ପାଉଁଶ ହୋଇଯାଇଛି । ନିଆଁ ଲାଗିବା ଫଳରେ ବଡ ବିଲ୍ଡିଂ ଗୁଡିକ କ୍ଷତିଗ୍ରସ୍ତ ହୋଇଛି । ରାତିସାର ୪୦ରୁ ଅଧିକ ଦମକଳ ଗାଡି ଏବଂ ୧୫୦ରୁ ଅଧିକ ଦମକଳ କର୍ମଚାରୀ ନିଆଁ ଲିଭାଇବାରେ ନିୟୋଜିତ ହୋଇଥିଲେ । ନିଆଁକୁ ଆୟତ୍ତ କରିସାରିଥିଲେ ମଧ୍ୟ ଏବେ ବି ୨୨ଟି ଦମକଳ ଗାଡି ସେହି ସ୍ଥାନରେ ରହିଛି ।  ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡି ନାହିଁ । କିନ୍ତୁ ନିଆଁ ଲାଗିଥିବା ଅଞ୍ଚଳରେ ଦୋକାନ ସହ ଗୋଦାମ ରହିଛି ଏବଂ ସେହି ଗୋଦାମରେ ଇଲେକ୍ଟ୍ରିକ ଜିନିଷ ରହିଥିବା ଜଣାପଡିଛି ।

Related Articles

Back to top button