ଚନ୍ଦ୍ରର ନିକଟତର ହେଉଛି ଚନ୍ଦ୍ରଯାନ-୩
ଚନ୍ଦ୍ର ଯାନ-୩ ପୃଥିବୀର ଚାରିପଟେ ଏହାର କକ୍ଷ ଭ୍ରମଣ ସମାପ୍ତ କରି ମଙ୍ଗଳବାର ଦିନ ଚନ୍ଦ୍ରର ନିକଟତର ହୋଇଛି । କୌଣସି ଅସୁବିଧାର ସମ୍ମୁଖୀନ ନହୋଇ ଅବତରଣ କରିବ ଚନ୍ଦ୍ରଯାନ-3 ର ଲକ୍ଷ୍ୟ । ଚନ୍ଦ୍ର ଯାନ-୨ ଯେଉଁ କାର୍ଯ୍ୟ କରିବାରେ ବିଫଳ ହୋଇଥିଲା ,ସେଥିରେ ସଫଳତା ପାଇବା ହେଉଛି ଏହି ପରବର୍ତ୍ତୀ ମିସନର ଲକ୍ଷ୍ୟ । ଏହି ମହାକାଶ ଯାନରେ ସ୍ୱଦେଶୀ ପ୍ରପଲସନ୍ ମଡ୍ୟୁଲ, ଲ୍ୟାଣ୍ଡର ମଡ୍ୟୁଲ ଏବଂ ଏକ ରୋଭର ରହିଛି ।
ପ୍ରପଲସନ୍ ସିଷ୍ଟମର ଲକ୍ଷ୍ୟ ହେଉଛି ଲଞ୍ଚ ଭେହିକିଲ ଇଞ୍ଜେକସନ ଅର୍ବିଟରୁ ଲ୍ୟାଣ୍ଡର ପୃଥକ ହେବା ପର୍ଯ୍ୟନ୍ତ ଲ୍ୟାଣ୍ଡର ମଡ୍ୟୁଲକୁ ବହନ କରିବା । ପ୍ରପଲସନ୍ ମଡ୍ୟୁଲ ଚନ୍ଦ୍ରର କକ୍ଷ ପଥରେ ରହିବ ଏବଂ ଏକ ଯୋଗାଯୋଗ ପଏଣ୍ଟ ଭାବରେ କାର୍ଯ୍ୟ କରିବ । ଭାରତୀୟ ମହାକାଶ କାର୍ଯ୍ୟକ୍ରମର ଜନକ ଡ.ବିକ୍ରମ ଏ ସରଭାଇଙ୍କ ନାମାନୁସାରେ ଲ୍ୟାଣ୍ଡରର ନାମକରଣ କରାଯାଇଛି । ଏହା ଗୋଟିଏ ଚନ୍ଦ୍ର ଦିବସ ପାଇଁ କାର୍ଯ୍ୟ କରିବାକୁ ଡିଜାଇନ ହୋଇଛି , ଯାହା ପୃଥିବୀରେ ୧୪ ଦିନ ସହ ସମାନ ଏବଂ ଏକ ସୁରକ୍ଷିତ ଅବତରଣକୁ ସୁନିଶ୍ଚିତ କରିବା ପାଇଁ ଏଥିରେ ଅନେକ ସେନ୍ସର ରହିଛି । ରୋଭର ସହିତ ଏହାର ଓଜନ ପ୍ରାୟେ ୧,୭୪୯ କିଲୋଗ୍ରାମ । ଏହା ପାର୍ଶ୍ଵରେ ସୌର ପ୍ୟାନେଲଗୁଡିକ ଖଞ୍ଜାଯାଇଛି, ଯାହା ୭୩୮ ୱାଟ୍ ଶକ୍ତି ଉତ୍ପାଦନ କରିପାରିବ ଏବଂ ଚନ୍ଦ୍ରର ଦକ୍ଷିଣ ମେରୁ ଅଞ୍ଚଳରେ ଅନୁସନ୍ଧାନ କାର୍ଯ୍ୟରେ ନିୟୋଜିତ ହେବ ।