ଆସନ୍ତା ମାସରେ ଲଞ୍ଚ ହେବ Chandrayaan-3

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ପକ୍ଷରୁ ଆସିଛି ଏକ ବଡ଼ ଖବର । ଚନ୍ଦ୍ରଯାନ-୩ କେବେ ଲଞ୍ଚ ହେବ ସେ ନେଇ ଇସ୍ରୋ ମୁଖ୍ୟ ଏସ. ସୋମନାଥ ସୂଚନା ଦେଇଛନ୍ତି । ଜୁଲାଇ ମାସ ୧୨ରୁ ୨୫ ତାରିଖ ମଧ୍ୟରେ ଚନ୍ଦ୍ରଯାନ-୩ ଲଞ୍ଚ ହେବ ବୋଲି ପୂର୍ବରୁ ଅନୁମାନ କରାଯାଉଥିଲା । ମାତ୍ର ଏବେ ଜୁଲାଇ ୧୨ରୁ ୧୯ ମଧ୍ୟରେ ଲଞ୍ଚ ହେବ ବୋଲି ଇସ୍ରୋ ମୁଖ୍ୟଙ୍କ ବୟାନ ପରେ ସ୍ପଷ୍ଟ ହୋଇଛି ।

ଇସ୍ରୋ ମୁଖ୍ୟ ଶ୍ରୀ ସୋମନାଥ କହିଛନ୍ତି, ଜୁଲାଇ ୧୨ରୁ ୧୯ ମଧ୍ୟରେ ଚନ୍ଦ୍ରଯାନ-୩ ଲଞ୍ଚ କରାଯିବ । ଚନ୍ଦ୍ରଯାନ-୩କୁ ଆନ୍ଧ୍ରପ୍ରଦେଶର ଶ୍ରୀହରୀକୋଟା ସ୍ଥିତ ସତୀଶ ଧାବନ ମହାକାଶ କେନ୍ଦ୍ରରୁ ଜିଏସଏଲଭି-ଏମକେ୩ ରକେଟ ଦ୍ୱାରା ଚନ୍ଦ୍ରକୁ ପଠାଯିବ । ଲଞ୍ଚ ୱିଣ୍ଡୋ ଜୁଲାଇ ୧୯ ପର୍ଯ୍ୟନ୍ତ ରହିଛି । ଯଦି କୌଣସି ସମସ୍ୟା ସୃଷ୍ଟି ନହୁଏ ତେବେ ଏହି ୭ ଦିନ ମଧ୍ୟରେ ତାହାକୁ ଲଞ୍ଚ କରାଯିବ । ଚନ୍ଦ୍ରଯାନ-୩ ଟେଷ୍ଟିଂ ପାଇଁ ସମସ୍ତ ପ୍ରକ୍ରିୟା ସରିଥିବା ବେଳେ ପେଲୋଡସ୍ ଲଗା ସରିଛି । କିଛିଦିନ ମଧ୍ୟରେ ଲଞ୍ଚିଂର ପ୍ରକୃତ ତାରିଖ ଘୋଷଣା କରାଯିବ ।

ଗତ ଥର ବିକ୍ରମ ଲ୍ୟାଣ୍ଡର ସହିତ ଯାହା ଘଟିଥିଲା ତାହା ଯେପରି ପୁନରାବୃତ୍ତି ନହୁଏ ସେଥିପାଇଁ ଧ୍ୟାନ ଦିଆଯାଇଛି । ଏଥର ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର ଲ୍ୟାଣ୍ଡିଂରେ କିଛି ପରିବର୍ତ୍ତନ କରାଯାଇଛି । ଚନ୍ଦ୍ରଯାନ-୨ରେ ହୋଇଥିବା ତ୍ରୁଟି ଚନ୍ଦ୍ରଯାନ-୩ରେ ଦେଖିବାକୁ ମିଳିବ ନାହିଁ । ଚନ୍ଦ୍ରଯାନ-୩ର ଲ୍ୟାଣ୍ଡିଂ ଟେକନିକକୁ ନୂଆ ପ୍ରଣାଳୀରେ ପ୍ରସ୍ତୁତ କରାଯାଇଛି । ଚନ୍ଦ୍ରଯାନ-୩ ମିଶନରେ ଇସ୍ରୋ କେବଳ ଲ୍ୟାଣ୍ଡର ଓ ରୋଭର ପଠାଉଛି । ଚନ୍ଦ୍ର ଚାରିପଟେ ଚକ୍କର ଲଗାଉଥିବା ଚନ୍ଦ୍ରଯାନ-୨ର ଆର୍ବିଟରରୁ ଲ୍ୟାଣ୍ଡର-ରୋଭରର ସମ୍ପର୍କ ଯୋଡ଼ାଯିବ । ଏହି ସ୍ପେସକ୍ରାଫ୍ଟର ଅଧିକାଂଶ ପ୍ରୋଗ୍ରାମ ପୂର୍ବରୁ ଅଟୋମେଟିକ ରହିଛି । ସେଥିରେ ଶତାଧିକ ସେନସର୍ସ ଲାଗିଛି, ଯାହାକି ଏହାର ଲ୍ୟାଣ୍ଡିଂ ଓ ଅନ୍ୟ କାର୍ଯ୍ୟରେ ସହାୟତା କରିବ ।

Related Articles

Back to top button