ଚନ୍ଦ୍ରରୁ ମାଟି ନମୁନା ପୃଥିବୀକୁ ଅଣାଯିବ : ୨୦୨୭ରେ ଲଞ୍ଚ୍‌ ହେବ ‘ଚନ୍ଦ୍ରଯାନ ଅଭିଯାନ ୪’

ଚନ୍ଦ୍ରଯାନ-୪’କୁ ଲଞ୍ଚ୍‌ କରିବାକୁ ପ୍ରସ୍ତୁତି ଚଳାଇଛି ଭାରତ। ୨୦୨୭ରେ ଲଞ୍ଚ୍‌ ହେବ ‘ଚନ୍ଦ୍ରଯାନ ଅଭିଯାନ ୪’। ଏନେଇ ସୂଚନା ଦେଇଛନ୍ତି ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଜିତେନ୍ଦ୍ର ସିଂହ। ଏହି ମିଶନ ମାଧ୍ୟମରେ ଚନ୍ଦ୍ରରୁ ମାଟି ନମୁନା ପୃଥିବୀକୁ ଅଣାଯିବ । ଜିତେନ୍ଦ୍ର ସିଂହ କହିଛନ୍ତି, ‘ଯେ ଭାରତ ୨୦୨୭ ମସିହାରେ ଚନ୍ଦ୍ରଯାନ-୪ ମିଶନ ଆରମ୍ଭ କରିବ। ଯାହାର ଲକ୍ଷ୍ୟ ରହିଛି ଚନ୍ଦ୍ରପୃଷ୍ଠରୁ ନମୁନା ସଂଗ୍ରହ କରି ପୃଥିବୀକୁ ଫେରାଇ ଆଣିବା। ଏହି ମିଶନରେ ଏଲଭିଏମ୍-୩ ରକେଟର ଅତି କମରେ ଦୁଇଟି ପୃଥକ ଉତକ୍ଷେପଣ କରାଯିବ। ଯେଉଁଥିରେ ମିଶନରେ ପାଞ୍ଚଟି ଭିନ୍ନ ଉପକରଣ ବହନ କରାଯିବ।ସୂଚନା ଅନୁଯାୟୀ, ଭାରତର ତୃତୀୟ ମୁନ୍‌ ମିଶନ୍‌ ଚନ୍ଦ୍ରଯାନ-୩ ପ୍ରକ୍ଷେପଣ ସଫଳ ହେବା ପରେ ଇସ୍ରୋ ବୈଜ୍ଞାନିକମାନେ ଏବେ ଚତୁର୍ଥ ମିଶନ୍‌ ଲାଗି ଜୋରଦାର ଉଦ୍ୟମ ଚଳାଇଛନ୍ତି । ଗତ ବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟ ଚନ୍ଦ୍ରଯାନ-୪ ମିଶନକୁ ମଞ୍ଜୁରୀ ଦେଇଥିଲେ। ଏହି ମିଶନ ୩୬ ମାସ ମଧ୍ୟରେ ସମାପ୍ତ ହେବ ବୋଲି ଆଶା କରାଯାଉଛି। ଏହି ମିଶନ ପାଇଁ ସରକାର ୨୧୦୪.୦୬ କୋଟି ଟଙ୍କାର ପାଣ୍ଠି ଯୋଗାଇଛନ୍ତି।

Related Articles

Back to top button