
କୁନୋ ଜାତୀୟ ଉଦ୍ୟାନରେ ଜନ୍ମ ହେଲେ ୪ ଚିତା ଶାବକ
ନୂଆଦିଲ୍ଲୀ : ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ୪ଟି ଚିତା ଶାବକ ଜନ୍ମ ହୋଇଛନ୍ତି । ଆଫ୍ରିକାର ଚିତା ଭାରତରେ ସଂଖ୍ୟା ବୃଦ୍ଧି କରିବା ଆରମ୍ଭ କରି ଦେଇଛନ୍ତି। ଏହି ଖୁସୀ ଖବର ସେତେବେଳେ ସାମ୍ନାକୁ ଆସିଛି ଯେତେବେଳେ ଚିତାଙ୍କ ମୃତ୍ୟୁ ଚିନ୍ତା ପ୍ରକଟ କରାଯାଉଥିଲା । ଦଶନ୍ଧି ପୂର୍ବରୁ ଭାରତରୁ ବିଲୁପ୍ତ ହୋଇଥିବା ଚିତା ସଂଖ୍ୟା ବୃଦ୍ଧି ଏକ ବଡ଼ ସଫଳତା ଭାବରେ ଦେଖାଯାଉଛି।
କେନ୍ଦ୍ର ପରିବେଶ ମନ୍ତ୍ରୀ ଭୁପେନ୍ଦ୍ର ଯାଦବ ଏହି ଖୁସି ଖବର ସେୟାର କରିଛନ୍ତି । ସେ ଟ୍ୱିଟରରେ ଲେଖିଛନ୍ତି, ଅମୃତକାଲ ସମୟରେ ଆମର ବନ୍ୟଜନ୍ତୁ ସଂରକ୍ଷଣ ଇତିହାସରେ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା। ମୁଁ ସୂଚନା ଦେଇ ଖୁସି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱରେ ୧୭ ସେପ୍ଟେମ୍ବର ୨୦୨୨ ରେ ଭାରତକୁ ଆଣିଥିବା ଗୋଟିଏ ଚିତା ଚାରିଟି ଛୁଆ ଜନ୍ମ ଦେଇଛି।