କ୍ଷମା ମାଗିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ମହାରାଷ୍ଟ୍ରର ସିନ୍ଧୁଦୁର୍ଗ ଜିଲ୍ଲାରେ ଥିବା ଛତ୍ରପତି ଶିବାଜୀଙ୍କ ମୂର୍ତ୍ତି ଭୁଶୁଡ଼ିବାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ଷମା ପ୍ରାର୍ଥନା କରିଛନ୍ତି । ଛତ୍ରପତି ଶିବାଜୀ ଆମ ପାଇଁ କେବଳ ଏକ ନାମ ନହେଁ , ସେ ଆମର ଆରଧ୍ୟ ଦେବତା ବୋଲି ମୋଦୀ କହିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ମହାରାଷ୍ଟ୍ରର ପାଲଘରଠାରେ ପ୍ରାୟ ୭୬,୦୦୦ କୋଟି ଟଙ୍କାର ୱାଧୱାନ ବନ୍ଦର ପ୍ରକଳ୍ପ ପାଇଁ ଶିଳାନ୍ୟାସ କରିଛନ୍ତି । ଏହା ପୂର୍ବରୁ ମୋଦୀ କହିଛନ୍ତି, “ଆଜି ଏହି କାର୍ଯ୍ୟକ୍ରମ ବିଷୟରେ କହିବା ପୂର୍ବରୁ ମୁଁ ମୋର ହୃଦୟରୁ ପ୍ରକାଶ କରିବାକୁ ଚାହୁଁଛି । ୨୦୧୩ ରେ ଯେତେବେଳେ ବିଜେପି ମୋତେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଘୋଷଣା କଲା, ସେତେବେଳେ ମୁଁ ପ୍ରଥମ କରି ରାୟଗଡ ଦୁର୍ଗକୁ ଯାଇ ଛତ୍ରପତି ଶିବାଜୀ ମହାରାଜଙ୍କ ସମାଧୀ ସମ୍ମୁଖରେ ବସି ପ୍ରାର୍ଥନା କରି ତାଙ୍କ ଆଶୀର୍ବାଦ ଲୋଡିଥିଲି । ନିକଟରେ ସିନ୍ଧୁଦୁର୍ଗରେ ଯାହା ଘଟିଥିଲା, ମୋ ଏବଂ ମୋର ସମସ୍ତ ବନ୍ଧୁଙ୍କ ପାଇଁ ଛତ୍ରପତି ଶିବାଜୀ ମହାରାଜ କେବଳ ନାମ ନୁହେଁ, ଆମ ପାଇଁ ଛତ୍ରପତି ଶିବାଜୀ ମହାରାଜ ଆମର ଦେବତା । ଆଜି ମୁଁ ମୋର ପ୍ରିୟ ଭଗବାନଙ୍କ ପାଦତଳେ ମୁଣ୍ଡ ନୁଆଁଇ କ୍ଷମା ପ୍ରାର୍ଥନା କରୁଛି” ।୨୦୨୩ ଡିସେମ୍ବର ୪ରେ ସିନ୍ଧୁଦୁର୍ଗ ଜିଲ୍ଲାରେ ନିର୍ମାଣ ହୋଇଥିବା ଛତ୍ରପତି ଶିବାଜୀଙ୍କର ୩୫ ଫୁଟ ଉଚ୍ଚର ପ୍ରତିମୂର୍ତ୍ତି ଅଗଷ୍ଟ ୨୬ରେ ଭୁଶୁଡ଼ି ପଡ଼ିଥିଲା । ଷ୍ଟ୍ରକ୍ଚରାଲ କନସଲଟାଣ୍ଟ ଚେତନ ପାଟିଲଙ୍କୁ ଗୁରୁବାର ରାତି ୩ଟାରେ କୋହ୍ଲାପୁର ପୋଲିସ ଗିରଫ କରିଛି ।

Related Articles

Back to top button