
ସୁରକ୍ଷା ବାହିନୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇ ୨ ମାଓବାଦୀଙ୍କ ମୃତ୍ୟୁ
ସୁକ୍ମା ଜିଲ୍ଲା ମେଟାଗୁଡା ଜଙ୍ଗଲରେ ସୁରକ୍ଷା ବାହିନୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇ ୨ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଛି। ୨ ଜଣଙ୍କ ମୃତଦେହ ଉଦ୍ଧାର ସହ ଅସ୍ତ୍ରଶସ୍ତ୍ର ଜବତ କରିଛି ସୁରକ୍ଷାବଳ । ଏବେ ବି ଜଙ୍ଗଲ ଭିତରେ ସର୍ଚ୍ଚ ଅପରେସନ ଜାରି ରହିଛି । ଏନେଇ ସୁକ୍ମା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଆଜି ସକାଳୁ ସୁକ୍ମା କିସ୍ତରାମ ଥାନା ଅନ୍ତର୍ଗତ ମେଟାଗୁଡା ଜଙ୍ଗଲରେ ହୋଇଛି ଏନକାଉଣ୍ଟର । ଏଠାରେ କିଛି ମାଓବାଦୀ ଲୁଚିଥିବା ନେଇ ଗୁଇନ୍ଦା ସୂତ୍ରରୁ ସୁରକ୍ଷା ବାହିନୀକୁ ଖବର ମିଳିଥିଲା । ଏହାପରେ ଗତକାଲି ଜିଲ୍ଲା ରିଜର୍ଭ ଗାର୍ଡ ଓ ସିଆର୍ପିଏଫ୍ କୋବ୍ରା ୟୁନିଟ୍ ପକ୍ଷରୁ ମିଳିତ ଭାବେ ଜଙ୍ଗଲ ଭିତରେ ଆଣ୍ଟି-ନକ୍ସଲ ଅପେରସନ ଆରମ୍ଭ ହୋଇଥିଲା ।