
ଭୂକମ୍ପରେ ଥରିଲା ଛତିଶଗଡ଼
ଆଜି ଛତିଶଗଡ଼ ସୁରଗୁଜା ଜିଲା ଅନ୍ତର୍ଗତ ଅମ୍ବିକାପୁରରେ ୩.୩ ସାନ୍ଦ୍ରତା ବିଶିଷ୍ଟ ଭୂକମ୍ପ ଅନୁଭୂତ ହୋଇଥିବା ଜଣାପଡିଛି। ରାଷ୍ଟ୍ରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଏହି ସୂଚନା ଦେଇଛି। ଆଜି ଅପରାହ୍ନ ୨ଟା ୫୦ ମିନିଟ ୪୫ ସେକେଣ୍ଡରେ ଅମ୍ବିକାପୁରର ଠାରୁ ୧୩୨ କିଲୋମିଟର ଉତ୍ତର-ଉତ୍ତର-ପଶ୍ଚିମରେ ୪ କିଲୋମଟର ଗଭୀରତାରେ ଏହି ଭୂକମ୍ପ ସୃଷ୍ଟି ହୋଇଛି।