କର୍ଣ୍ଣାଟକରେ ପରାଜୟ ସ୍ୱୀକାର କଲେ ମୁଖ୍ୟମନ୍ତ୍ରୀ ବସଭରାଜ ବୋମ୍ମାଇ

ନୂଆଦିଲ୍ଲୀ: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଫଳାଫଳ ଏବେ ଆସିସାରିଛି । କର୍ଣ୍ଣାଟକର କିଙ୍ଗ କଂଗ୍ରେସ ହୋଇଛି । ଏହାକୁ ମୁଣ୍ଡପାତି ଗ୍ରହଣ କରିଛନ୍ତି ମୁଖ୍ୟମନ୍ତ୍ରୀ ବସଭରାଜ ବୋମ୍ମାଇ । ବିଜେପି ପରାଜୟକୁ ସ୍ୱୀକାର କରିଛନ୍ତି ବୋଲି ସେ କହିଛନ୍ତି । ଏହା ସହ କଂଗ୍ରେସ ଦଳକୁ ସେ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି ।

ନିର୍ବାଚନ ଆୟୋଗର ଟ୍ରେଣ୍ଡ ଅନୁଯାୟୀ କର୍ଣ୍ଣାଟକରେ ବିଜେପି ୬୭ ରେ ଆଗୁଆ ଥିବାବେଳେ କଂଗ୍ରେସ ୧୨୮ ଟି ଆସନରେ ଜିତାପଟ ମାରିଥିଲା । ଅନେକ ଦିନ ପରେ ବେଙ୍ଗାଲୁରୁ ଏବଂ ଦିଲ୍ଲୀର କଂଗ୍ରେସ ମୁଖ୍ୟାଳୟରେ ଉତ୍ସବ ଦେଖିବାକୁ ମିଳିଛି । ବାଣ ରୋଷଣୀରେ କଂଗ୍ରେସ ମୁଖ୍ୟାଳୟ ଚମକି ଉଠୁଛ।

ସିଏମ୍ ଗଣମାଧ୍ୟମକୁ କହିଛନ୍ତି, “କର୍ଣ୍ଣାଟକ ପାଇଁ ଆଜି ଏକ ବଡ଼ ଦିନ । ଭାରତୀୟ ଜନତା ପାର୍ଟିରେ ଏକ ସଂଖ୍ୟାଗରିଷ୍ଠତା ସହ ବିଜୟୀ ହେବ ବୋଲି ବମ୍ମାଇ ଆଶା ରଖିଥିଲେ । ପରାଜୟକୁ ସ୍ୱୀକାର କରି ବମ୍ମାଇ କହିଛନ୍ତି, “ଆମେ ମାର୍କ ସାଉଁଟିବାରେ କରିବାରେ ସକ୍ଷମ ହୋଇ ନାହୁଁ। ସମ୍ପୂର୍ଣ୍ଣ ଫଳାଫଳ ଆସିବା ପରେ ଆମେ ଏକ ବିସ୍ତୃତ ଆଲୋଚନା କରିବୁ । ଏକ ଜାତୀୟ ଦଳ ଭାବରେ ଆମେ କେବଳ ବିଶ୍ଳେଷଣ କରିବୁ ନାହିଁ ବରଂ କେଉଁଠି ଅବସୁବିଧା ରହିଲା ଏବଂ କେଉଁ କାରଣ ପାଇଁ ଭୋଟ୍ କମିଲା ସେନେଇ ପୁଙ୍ଖାନୁପୁଙ୍ଖ ଭାବରେ ବିଶ୍ଲେଷଣ କରିବୁ । ପରେ ଏହାର ପରବର୍ତ୍ତୀ ପଦକ୍ଷେପ ନିଆଯିବ ।

ସୂଚନାଯୋଗ୍ୟ, ମେ ୧୦ ରେ ଭୋଟ୍ ଶେଷ ହେବା ପରେ ହୋଇଥିବା ଏକଜିଟ୍ ପୋଲ୍ ପୂର୍ବାନୁମାନ କରିଥିଲେ ଯେ ସଂଖ୍ୟାଗରିଷ୍ଠତା ସହ କଂଗ୍ରେସ କ୍ଷମତାକୁ ଫେରିବ। ତାହା ହିଁ ହୋଇଛି । ୨୨୪ ଆସନ ବିଶିଷ୍ଟ କର୍ଣ୍ଣାଟକ ବିଧାନସଭାରେ ସରକାର ଗଠନ ପାଇଁ ଗୋଟିଏ ଦଳ ୧୧୩ ଟି ଆସନ ଜିତିବା ଆବଶ୍ୟକ।

Related Articles

Back to top button