
କେନ୍ଦ୍ର ସରକାରଙ୍କ ପକ୍ଷରୁ ରେଖା ଗୁପ୍ତାଙ୍କୁ Z କ୍ୟାଟାଗୋରୀ ସୁରକ୍ଷା ପ୍ରଦାନ
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କୁ ଆକ୍ରମଣ ପରେ ବଢିଲା ସୁରକ୍ଷା ବ୍ୟବସ୍ଥା । କେନ୍ଦ୍ର ସରକାରଙ୍କ ପକ୍ଷରୁ ରେଖା ଗୁପ୍ତାଙ୍କୁ Z କ୍ୟାଟାଗୋରୀ ସୁରକ୍ଷା ପ୍ରଦାନ କରାଯାଇଛି । ସୂଚନା ଅନୁସାରେ ମୁଖ୍ୟମନ୍ତ୍ରୀଙ୍କ ଉପରେ ଆକ୍ରମଣ ପରେ ଏହି ନିଷ୍ପତ୍ତି ନିଆଯାଇଛି । କୁହାଯାଉଛି ଯେ ସୁରକ୍ଷାକୁ ଦୃଷ୍ଟିରେ ରଖି ଜନ ଅଭିଯୋଗ ଶୁଣାଣି ସମୟରେ କାହାକୁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଆସିବାକୁ ଦିଆଯିବ ନାହିଁ । ଗୃହ ମନ୍ତ୍ରଣାଳୟ ରେଖା ଗୁପ୍ତାଙ୍କ ସୁରକ୍ଷା ବୃଦ୍ଧି କରିଛି ଏବଂ ତାଙ୍କୁ Z ସୁରକ୍ଷା ପ୍ରଦାନ କରାଯାଇଛି । ଏହା ସହିତ ସିଆରପିଏଫ୍ ଯବାନମାନେ ତାଙ୍କ ସହିତ ରହିବେ, ଯେଉଁମାନେ ସବୁବେଳେ ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍ ପିନ୍ଧି ରହିବେ ।
ବୁଧବାର ଜନ ଶୁଣାଣି ସମୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଆକ୍ରମଣ କରାଯାଇଥିଲା । ଏହି ଆକ୍ରମଣ ପରେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଉପରେ ପ୍ରଶ୍ନ ଉଠିଥିଲା । ଏବେ ଦିଲ୍ଲୀ ପୁଲିସ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାରେ ପରିବର୍ତ୍ତନ କରିବ । ପୂର୍ବରୁ ଲୋକମାନେ ଯେଉଁଭଳି ଭାବେ ମୁଖ୍ୟମନ୍ତ୍ରୀଙ୍କୁ ଯୋଗାଯୋଗ କରୁଥିଲେ, ଏବେଠାରୁ ସେମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କଠାରୁ ଦୂରରେ ରଖାଯିବ । ଏହା ବ୍ୟତୀତ ମୁଖ୍ୟମନ୍ତ୍ରୀଙ୍କ ପାଖରେ ପହଞ୍ଚିବାକୁ ଥିବା ଅଭିଯୋଗ ଗୁଡିକ ପୂର୍ବରୁ ଯାଞ୍ଚ କରାଯିବ ।