ରାଜସ୍ଥାନରେ ସାମ୍ବାଦିକଙ୍କ ପିଲାଙ୍କୁ ମିଳିବ ସ୍କୋଲାରସିପ୍

ଜୟପୁର: ରାଜସ୍ଥାନରେ ଗହଲୋଟ ସରକାର ଗୋଟିକ ପରେ ଗୋଟିଏ ଜନକଲ୍ୟାଣ ଯୋଜନା ଘୋଷଣା କରିବାରେ ଲାଗିଛନ୍ତି। ଏହି କ୍ରମରେ ଗହଲୋଟ ସରକାର ଶୁକ୍ରବାର ଅଧିସ୍ୱୀକୃତ ସାମ୍ବାଦିକଙ୍କ ପିଲାଙ୍କ ଲାଗି ସ୍କୋଲାରସିପ୍ ଘୋଷଣା କରିଛନ୍ତି। ସାମ୍ବାଦିକଙ୍କ ସନ୍ତାନସନ୍ତତିଙ୍କୁ ଏବେ ପ୍ରି ମେଟ୍ରିକ୍ ଓ ପୋଷ୍ଟମେଟ୍ରିକ ସ୍କୋଲାରସିପ୍ ମିଳିବ। ମୁଖ୍ୟମନ୍ତ୍ରୀ ଅଶୋକ ଗହଲୋଟ ଏ ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦ୍ୱାରା ପ୍ରସ୍ତୁତ ଅଧିସୂଚନାକୁ ମଞ୍ଜୁର କରିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ଘୋଷଣାରେ ପୋଷ୍ଟମେଟ୍ରିକ ସ୍କୋଲାରସିପ୍ ଯୋଜନାରେ ଉଚ୍ଚଶିକ୍ଷା ସଂସ୍ଥାନରେ ପଢୁଥିବା ଅଧିସ୍ୱୀକୃତ ସାମ୍ବାଦିକଙ୍କ ପିଲାଙ୍କୁ ସ୍କୋଲାରସିପ୍ ମିଳିବ। ଏଥିରେ ହଷ୍ଟେଲରେ ରହି ପଢୁଥିବା ପିଲାଙ୍କୁ ୪ ହଜାରରୁ ୧୩୫୦୦ଟଙ୍କା ପର୍ଯ୍ୟନ୍ତ ସ୍କୋଲାରସିପ୍ ଦିଆଯିବ।  ସେହିପରି ଡେ ସ୍କୋଲାରଙ୍କୁ ୨୫୦୦ରୁ ୭ ହଜାର ଟଙ୍କା ସ୍କୋଲାରସିପ୍ ପାଇବେ। ପୋଷ୍ଟମାଟ୍ରିକ୍ ସ୍କୋଲାରସିପ୍‌କୁ ୪ଟି ବର୍ଗରେ ବଣ୍ଟା ଯାଇଛି। ସ୍ନାତକ ଓ ସ୍ନାତକୋତ୍ତର ସ୍ତରର ପ୍ରଫେସନାଲ ଡିଗ୍ରି କୋର୍ସେସ୍ ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀଙ୍କୁ ୧୩ ହଜାର ୫୦୦ ଓ ଡେ ସ୍କୋଲାର ଛାତ୍ରଛାତ୍ରୀଙ୍କୁ ୭ହଜାର ଟଙ୍କା ମିଳିବ।

Related Articles

Back to top button