ଦେଶବାସୀଙ୍କୁ ପୁଣି ମିଳିଲା ୬ଟି ନୂଆ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଟ୍ରେନ୍‌

ଦେଶବାସୀଙ୍କୁ ପୁଣି ୬ଟି ନୂଆ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଟ୍ରେନ୍‌ ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଝାଡ଼ଖଣ୍ଡର ରାଞ୍ଚିରୁ ଟାଟା-ପାଟନା ବନ୍ଦେ ଇଣ୍ଡିଆ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏଥି ସହିତ ସେ ଭିଡିଓ କନଫରେନ୍ସିଂ ଜରିଆରେ ଅନ୍ୟ ୫ଟି ବନ୍ଦେ ଭାରତ ଟ୍ରେନ୍‌ (ଟାଟା-ପାଟଣା ବ୍ୟତୀତ, ବ୍ରହ୍ମପୁର-ଟାଟାନଗର, ଦେଓଘର-ବାରଣାସୀ, ଦୁର୍ଗ-ହାୱଡା, ହାୱଡା-ଭାଗଲପୁର ଓ ହାୱଡା-ରାଉରକେଲା)କୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏହାବ୍ୟତୀତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନେକ ଭିତ୍ତିଭୂମି ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି। ଏଥିରେ ଗୁରୁତ୍ୱପୂର୍ଣ୍ଣ ବାଇପାସ୍ ଲାଇନ୍ ବିଛାଇବା, କୋଚିଂ ଡିପୋର ଶିଳାନ୍ୟାସ, ସବ୍‌ୱେର ଦୋହରୀକରଣ ଓ ଉଦଘାଟନ ଆଦି ସାମିଲ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଟାଟାନଗର ରେଳ ଷ୍ଟେସନର ଏକ ନମ୍ବର ପ୍ଲାଟଫର୍ମରୁ ଟାଟା-ପାଟନା ବନ୍ଦେ ଭାରତ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ଥିଲା। କିନ୍ତୁ ପ୍ରବଳ ବର୍ଷା କାରଣରୁ ସେ ଜାମସେଦପୁର ‌ପହଞ୍ଚି ପାରି ନଥିଲେ। ରାଞ୍ଚିସ୍ଥିତ ବିର୍ସା ମୁଣ୍ଡା ବିମାନବନ୍ଦରରେ ପହଞ୍ଚିଲା ପରେ ରାଞ୍ଚିରୁ ଅନ୍‌ଲାଇନ୍‌ ମାଧ୍ୟମରେ ବନ୍ଦେ ଭାରତ ଟ୍ରେନ୍‌ଗୁଡ଼ିକୁ ଶୁଭାରମ୍ଭ କରିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ବାରା ଆଜି ଶୁଭାରମ୍ଭ ହୋଇଥିବା ବନ୍ଦେ ଭାରତ ଟ୍ରେନ୍ ଝାଡ଼ଖଣ୍ଡ ଦେଇ ଯିବ। ଏଥିରେ ବନ୍ଦେ ଭାରତ ରାଉରକେଲାରୁ ହାଓଡ଼ା, ହାୱଡ଼ାରୁ ରାଉରକେଲା, ବ୍ରହ୍ମପୁରରୁ ଟାଟା ଓ ଦେବଘରରୁ ବାରାଣସୀ ମଧ୍ୟରେ ଚାଲିବ। ଦକ୍ଷିଣ ପୂର୍ବ ରେଳବାଇ ପାଇଁ ଏହା ଅତ୍ୟନ୍ତ ଗର୍ବର ବିଷୟ ଯେ ୭ଟି ବନ୍ଦେ ଭାରତ ଟ୍ରେନ୍ ଶୁଭାରମ୍ଭ ହେଉଛି। ଜାମସେଦପୁରରୁ ପାଟନା ଅଭିମୁଖେ ବାହାରିଥିବା ବନ୍ଦେ ଭାରତ ଟ୍ରେନ୍‌ର ସମୟ ସକାଳ ସାଢ଼େ ୫ଟା ହେବ। ପ୍ରଧାନମନ୍ତ୍ରୀ ମୋଦୀ ଆଜିଠାରୁ ଝାଡ଼ଖଣ୍ଡ, ଗୁଜରାଟ ଓ ଓଡ଼ିଶାରେ ତିନି ଦିନିଆ କାର୍ଯ୍ୟକ୍ରମରେ ଦେଶର ପ୍ରଥମ ‘ବନ୍ଦେ ମେଟ୍ରୋ’ ସମେତ ଏକ ଡଜନ ବନ୍ଦେ ଭାରତ ଟ୍ରେନ୍କୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଭୁଜ ଓ ଅହମ୍ମଦାବାଦ ମଧ୍ୟରେ ବନ୍ଦେ ମେଟ୍ରୋ ସୋମବାରଠାରୁ ଚଳାଚଳ ଆରମ୍ଭ କରିବ। ସେପ୍ଟେମ୍ବର ୧୭ତାରିଖରେ ପ୍ରଧାନମନ୍ତ୍ରୀ ଓଡ଼ିଶା ଗସ୍ତରେ ଆସିବେ। ସେ ୩୮୦୦ କୋଟିରୁ ଅଧିକ ଟଙ୍କାର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଶିଳାନ୍ୟାସ କରିବେ।

Related Articles

Back to top button