ଖୁବ୍‌ଶୀଘ୍ର ମଧ୍ୟପ୍ରଦେଶରେ ଲାଗୁ ହେବ ଏକକ ନାଗରିକ ସଂହିତା ନିୟମ: ଘୋଷଣା କଲେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ

ଭୋପାଳ: ଆସାମ, ଗୁଜୁରାଟ ପରେ ଏବେ ମଧ୍ୟପ୍ରଦେଶରେ ଲାଗୁ ହୋଇପାରେ ଏକକ ନାଗରିକ ସଂହିତା ନିୟମ। ଏନେଇ ରାଜ୍ୟ ସରକାର ଖୁବ୍‌ଶୀଘ୍ର ଏକ କମିଟି ଗଠନ କରିବେ ବୋଲି ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ ଘୋଷଣା କରିଛନ୍ତି।  ଏନେଇ ସେ କହିଛନ୍ତି “ବର୍ତ୍ତମାନ ଭାରତରେ ୟୁନିଫର୍ମ ସିଭିଲ କୋଡ ଲାଗୁ ହେବା ଦରକାର।” ଏଥିପାଇଁ ମଧ୍ୟପ୍ରଦେଶର ଏକ କମିଟି ଗଠନ କରାଯିବ ବୋଲି ଗୁରୁବାର କହିଛନ୍ତି ଶିବରାଜ।

ଗୁଜରାଟ ବଦୱାନୀର ଏକ ରାଲିକୁ ସମ୍ବୋଧନ କରି ଶିବରାଜ କହିଛନ୍ତି ” ୟୁନିଫର୍ମ ସିଭିଲ କୋର୍ଡ ଲାଗୁ କରିବାର ସମୟ ବର୍ତ୍ତମାନ ଆସିଯାଇଛି। ମଧ୍ୟପ୍ରଦେଶରେ ଏହାକୁ ଲାଗୁ କରିବା ପାଇଁ ମୁଁ ଖୁବ୍‌ଶୀଘ୍ର ଏକ କମିଟି ଗଠନ କରିବି। ସମସ୍ତଙ୍କ ପାଇଁ ଗୋଟିଏ ବିବାହ ନିୟମ ରହିବ।”

ଭାରତୀୟ ସମ୍ବିଧାନର ଧାରା ୪୪ ରେ ଏହି ୟୁସିସି(ୟୁନିଫର୍ମ ସିଭିଲ କୋଡ) କଥା ଉଲ୍ଲେଖ ରହିଛି। ଏହି ଆଇନ ଜାତିଧର୍ମ ବର୍ଗ ନିର୍ବିଶେଷରେ ବ୍ୟକ୍ତିଗତ କ୍ଷେତ୍ରରେ ଲାଗୁ ହେବ। ଯଥା ବିବାହ, ଛାଡ଼ପତ୍ର, ପୋଷ୍ୟଗ୍ରହଣ, ଉତ୍ତରାଧିକାରୀ ଆଦି କ୍ଷେତ୍ରରେ ସମସ୍ତଙ୍କ ପାଇଁ ଗୋଟିଏ ନିୟମ ଲାଗୁ ହେବ।

Related Articles

Back to top button