ପଶ୍ଚିମବଙ୍ଗ ଆଇନ୍‌ ମନ୍ତ୍ରୀଙ୍କ ଘରେ ସିବିଆଇ ଚଢ଼ାଉ

କୋଲକାତା: ପୁଣି ସିବିଆଇ ପଞ୍ଝାରେ ପଶ୍ଚିମବଙ୍ଗ ନେତା। ପୂର୍ବତନ ଶିକ୍ଷାମନ୍ତ୍ରୀଙ୍କ ପରେ ପରେ ଏବେ ଆଇନ ମନ୍ତ୍ରୀଙ୍କ ଘରେ ଚଢ଼ାଉ କରିଛି ସିବିଆଇ। ସୂଚନା ଅନୁଯାୟୀ ମମତା ସରକାରଙ୍କ ମନ୍ତ୍ରୀଙ୍କୁ ତଦନ୍ତକାରୀ ଟିମ୍‌ ସିବିଆଇ ସମନ କରିଛି। ଆସନ୍ତା ୧୪ ତାରିଖରେ ସିଆଇ ଅଫିସରେ ଆଇନ୍‌ ମନ୍ତ୍ରୀ ମଳୟ ଘଟକଙ୍କୁ ହାଜର ହେବାକୁ ନିର୍ଦେଶ ଦିଆଯାଇଛି । କୋଇଲା ଚୋରା ଚାଲାଣ ମାମଲାରେ ତାଙ୍କର ହାତ ରହିଛି କି? ସେନେଇ ତାଙ୍କୁ ସିବିଆଇ ପଚରାଉଚରା କରିବ। ବର୍ତ୍ତମାନ ସିବଆଇର ଟିମ୍‌ ମଳୟ ଘଟକଙ୍କ ବାସଭବନରେ ଚଢ଼ାଉ କରୁଥିବା ଜଣାପଡ଼ିଛି। ଖାଲି ସେତିକି ନୁହେଁ ଏହା ବ୍ୟତୀତ ସିବିଆଇ ଅଧିକାରୀମାନେ ମଧ୍ୟ କୋଲକାତାର ଚାରୋଟି ସ୍ଥାନରେ ଚଢ଼ାଉ କରିଛନ୍ତି।

ସମସ୍ତ ୪ଟି ସ୍ଥାନରେ ଯାଞ୍ଚ କରାଯିବା ନେଇ ସୂଚନା ମିଳିଛି। କୁହାଯାଉଛି କି ସିବିଆଇ ଚଢ଼ାଉ କରିଥିବା ଏହି ୪ଟି ସ୍ଥାନରେ ମଳୟଙ୍କର କିଛି ସମ୍ପୃକ୍ତି ରହିଛି। ଏହାପୂର୍ବରୁ ସେପ୍ଟେମ୍ବର ୨ ତାରିଖରେ ଇଡି ପକ୍ଷରୁ ମଳୟ ଘଟକଙ୍କୁ ହାଜର ହେବାକୁ ନିର୍ଦେଶ ଦିଆଯାଇଥିଲା। ପରେ କୋଇଲା ଦୁର୍ନୀତି ମାମଲାରେ ପଚରାଉଚରା ପାଇଁ ତାଙ୍କୁ ସେପ୍ଟେମ୍ବର ୧୪ରେ ହାଜର ହେବାକୁ କୁହାଯାଇଛି।

ସୂଚନା ଥାଉ କି, ଗତ କିଛିଦିନ ହେବ ପଶ୍ଚିମବଙ୍ଗର ପୂର୍ବତନ ଶିକ୍ଷାମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ବାସଭାବନ ସମେତ ବିଭିନ୍ନ ସ୍ଥାନରେ ଇଡି ଚଢ଼ାଉ କରିଥିବା ବେଳେ ତାଙ୍କୁ ଗିରଫ କରିଥିଲା । ଖାଲି ସେତିକି ନୁହେଁ ତାଙ୍କର ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କୁ ମଧ୍ୟ ଇଡି ଗରିଫ କରିଛି। କାରଣ ଅର୍ପିତାଙ୍କ ଘରୁ ୫୦ କୋଟି ଟଙ୍କା ସହ ୫କିଲୋ ସୁନା ଜବତ ହୋଇଥିଲା।  ଟଙ୍କାଗୁଡ଼ିକୁ ଗଣିବାକୁ ଇଡିକୁ ପ୍ରାୟ ୧୦ ଘଣ୍ଟା ଲଗିଯାଇଥିଲା। ଅର୍ପିତାଙ୍କ ଏକ ଫ୍ଲାଟରୁ ୨୧ କୋଟି ଟଙ୍କା ଜବତ କରାଯାଇଥିଲା । ଅର୍ପିତାଙ୍କ ୨ଟି ସ୍ଥାନରେ ରେଡ୍‍ ହୋଇଥିବା ବେଳେ ମୋଟ୍‍ ୫୦ କୋଟି ଟଙ୍କା ଜବତ ହୋଇଥିଲା।

Related Articles

Back to top button