କୋଏମ୍ବଟୁର ପ୍ରଶାସନ ବିଜେପିକୁ ରୋଡ ଶୋ’ ପାଇଁ ଦେଲାନାହିଁ ଅନୁମତି

ତାମିଲନାଡୁର କୋଏମ୍ବଟୁର ପ୍ରଶାସନ ବିଜେପିକୁ ସେଠାରେ ରୋଡ ଶୋ’ ପାଇଁ ଅନୁମତି ଦେଇନାହିଁ । ଲୋକସଭା ନିର୍ବାଚନ ପାଇଁ ବିଜେପି କୋଏମ୍ବଟୁର ସିଟି ପୋଲିସକୁ ୧୮ ମାର୍ଚ୍ଚକୁ ମୋଦୀଙ୍କ ୩.୬ କିଲୋମିଟର ରୋଡ ଶୋ’ ପାଇଁ ଅନୁମତି ମାଗିଥିଲା । ହେଲେ ପୋଲିସ ପ୍ରଶାସନ ବିଭିନ୍ନ କାରଣ ଦର୍ଶାଇ ଏହାକୁ ଅନୁମତି ଦେଇନାହିଁ ।

ସୂଚନା ଅନୁସାରେ କୋଏମ୍ବଟୁର ପୋଲିସ ଏହି ରୋଡକୁ ଅନୁମତି ନଦେବାକୁ ଯାଇ ୪ ଗୋଟି ପ୍ରମୁଖ କାରଣ ଦର୍ଶାଇଥିଲା , ସେଗୁଡିକ ହେଉଛି ସୁରକ୍ଷାରେ ବିପଦ ,କୋଏମ୍ବଟୁରର ସମ୍ପ୍ରାଦାୟିକ ଇତିହାସ ,ସାଧାରଣ ଲୋକଙ୍କୁ ହେବାକୁ ଥିବା ଅସୁବିଧା , ରୋଡ ଶୋ’ ଯୋଗୁଁ ସ୍କୁଲ ପିଲାଙ୍କୁ ହେବାକୁ ଥିବା ଅସୁବିଧା ।

ବିଜେପିର ପ୍ରସ୍ତାବିତ ରୋଡ ଶୋ’ ଆରଏସ ପୁରମରେ ଶେଷ ହେବ । ଆରଏସ ପୁରମ ସେହି ସ୍ଥାନ ଯେଉଁ ସ୍ଥାନରେ ସିଲସିଲେବାର ବିସ୍ଫୋରଣ ହୋଇଥିଲା । ଏହି ଘଟଣା ପାଇଁ ପ୍ରଶାସନ ସେହି ସ୍ଥାନରେ କୌଣସି ରାଜନୈତିକ ଦଳକୁ ରୋଡ ଶୋ ପାଇଁ ଅନୁମତି ଦେଇନାହିଁ ।

Related Articles

Back to top button