କମର୍ସିଆଲ ଏଲପିଜି ସିଲିଣ୍ଡର ମୂଲ୍ୟ କମିଲା

ନୂଆଦିଲ୍ଲୀ : କମିଲା କମର୍ସିଆଲ ଗ୍ୟାସ ସିଲିଣ୍ଡର ମୂଲ୍ୟ । ୧୯ କେଜି ବିଶିଷ୍ଟ ସିଲିଣ୍ଡର ଶସ୍ତା ହେଲା । ସିଲିଣ୍ଡର ପିଛା ୧୧୫ଟଙ୍କା ୫୦ ପଇସା କମିଲା । ଆଜିଠାରୁ ଏହି ଦର ଲାଗୁ ହୋଇଛି ।  ଏହାକୁ ମିଶାଇ ଲଗାତାର ୫ ମାସ ଧରି ଏଲପିଜି ସିଲିଣ୍ଡର ମୂଲ୍ୟ କମିଲାଣି ।

ତୈଳ କମ୍ପାନୀ ଗୁଡିକ ଗତମାସ ୨୫ଟଙ୍କା ୫୦ ପଇସା ହ୍ରାସ କରିଥିଲେ । ତାପୂର୍ବ ମାସ ୯୧ଟଙ୍କା ୫୦ ପଇସା ହ୍ରାସ ହୋଇଥିଲା । ଅଗଷ୍ଟ ମାସରେ ୩୬ ଟଙ୍କା ଓ ଜୁଲାଇରେ ୬ ଟଙ୍କା ୮ଟଙ୍କା ୫୦ ପଇସା କମିଥିଲା ।

ମୂଲ୍ୟ ହ୍ରାସ ପରେ ୧୯ କେଜି ବିଶିଷ୍ଟ ସିଲିଣ୍ଡରର ଦର ଦେଶର ରାଜଧାନୀ ଦିଲ୍ଲୀରେ ୧୭୪୪ ଟଙ୍କା ହୋଇଛି । କୋଲକାତାରେ ୧୮୪୬ ଟଙ୍କା, ମୁମ୍ୱାଇରେ ୧୬୯୬ ଟଙ୍କା ଚେନ୍ନାଇରେ ୧୮୯୩ ଟଙ୍କା ହୋଇଛି ୧୯ କେଜି ବିଶିଷ୍ଟ କମର୍ସିଆଲ ସିଲିଣ୍ଡର ମୂଲ୍ୟ । ତେବେ ଘରୋଇ ସିଲିଣ୍ଡର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ ।

Related Articles

Back to top button