
ହ୍ରାସ ପାଇଲା କମର୍ସିଆଲ ଏଲପିଜି ସିଲିଣ୍ଡରର ଦର
ବ୍ୟବସାୟିକ ଅନୁଷ୍ଠାନରେ ବ୍ୟବହାର ହେଉଥିବା ଏଲପିଜି ସିଲିଣ୍ଡରର ଦର ହ୍ରାସ ପାଇଛି । ଆଜିଠାରୁ ୧୯କେ.ଜି ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟ ୩୦ଟଙ୍କା ହ୍ରାସ ପାଇଛି । ଦିଲ୍ଲୀରେ ଏବେ ଏହି ସିଲିଣ୍ଡର ୧୬୭୬ ପରିବର୍ତ୍ତେ ୧୬୪୬ ଟଙ୍କା ହୋଇଛି । ସେହିପରି କୋଲକତାରେ ୧୭୮୭ ବଦଳରେ ୧୭୫୬ଟଙ୍କା ଏବଂ ମୁମ୍ବଇରେ ୧୬୨୯ଟଙ୍କାରୁ ୧୫୯୮ ଟଙ୍କା ହୋଇଛି । ତେବେ ୧୪.୨ କିଲୋଗ୍ରାମର ଘରୋଇ ସିଲିଣ୍ଡରରେ କୌଣସି ପରିବର୍ତ୍ତନ ହୋଇନାହିଁ ।