ନେପାଳରେ ସାମ୍ପ୍ରଦାୟିକ ହିଂସା : ଅନିର୍ଦ୍ଦିଷ୍ଟ କାଳ ପାଇଁ କର୍ଫ୍ୟୁ ଲାଗୁ

ଭାରତର ପଡୋଶୀ ଦେଶ ନେପାଳରେ ସାମ୍ପ୍ରଦାୟିକ ହିଂସା ହେଖିବାକୁ ମିଳିଛି । ନେପାଳର ଗୋପାଲଗଞ୍ଜ ଅଞ୍ଚଳରେ ଏହି ହିଂସା ଦେଖିବାକୁ ମିଳିଛି । ଏହା ଯେଗୁଁ ଏବେ ସାରା ଅଞ୍ଚଳରେ ଚିନ୍ତା ବଢିଯାଇଛି । ଏହି କାରଣ ପାଇଁ ଏଠାରେ ଅନିର୍ଦ୍ଦିଷ୍ଟ କାଳ ପାଇଁ କର୍ଫ୍ୟୁ ଲାଗୁ କରାଯାଇଛି । ଏଠାରେ ଜିଲ୍ଲା ଅଧିକାରୀ ବିପିନ ଆଚାର୍ଯ୍ୟ କହିଛନ୍ତି ଏଠାରେ ହିଂସା ଏବଂ ଢେଲାମାଡ ଦେଖିବା ପରେ ଲୋକଙ୍କ ସୁରକ୍ଷା ପାଇଁ କର୍ଫ୍ୟୁ ଲାଗୁ କରାଯାଇଛି । ଏଠାରେ କାହାକୁ ଏକତ୍ରିତ ହେବାକୁ ଅନୁମତି ଦିଆଯାଇ ନାହିଁ । ଏହା ସହିତ ସ୍ଥାନୀୟ ପ୍ରଶାସନ ଚେତାବନୀ ଦେଇଛନ୍ତି ଯଦି କିଏ ନିୟମ ବିରୋଧରେ କାମ କରେ ତେବେ ତାହା ବିରୋଧରେ କଠୋର କାର୍ଯ୍ୟନୁଷ୍ଟାନ ଗ୍ରହଣ କରାଯିବ । ଏହି ଘଟଣା ପରେ ଉତ୍ତରପ୍ରଦେଶ ଅଞ୍ଚଳରେ ମଧ୍ୟ ଆଲର୍ଟ ଘୋଷଣା କରାଯାଇଛି ।

ଦେଖିବାକୁ ଗଲେ ନେପାଳରେ ସାମ୍ପ୍ରଦାୟୀକ ହିଂସା ବଢିବାରେ ଲାଗିଛି । ଏହି ହିଂସାକୁ ରୋକିବା ପାଇଁ ପ୍ରଶାସନ ବାରମ୍ବାର କର୍ଫ୍ୟୁ ଲଗାଉଛି । ଏଠାରେ ହିନ୍ଦୁ ଏବଂ ମୁସଲମାନଙ୍କ ମଧ୍ୟରେ ହିଂସା ଦେଖିବାକୁ ମିଳିଛି । ଏହି ହିଂସା ସେତେବେଳେ ଉଗ୍ର ରୂପ ନେଲା ଯେତେବେଳେ ଏକ ଭିଡିଓ ସାମ୍ନାକୁ ଆସିଲା । ଏହି ଭିଡିଓରେ ଲୋକମାନେ ଗୋମାଂସ ଖାଉଥିବା ଦେଖିବାକୁ ମିଳିଥିଲା । ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଲା । ଏହା ପରେ ଗୋଷ୍ଠୀ ହେବା ପରେ ଜଣେ ଅନ୍ୟ ଜଣଙ୍କ ଉପରେ ଆକ୍ରମଣ କରିବା ପରେ ଏହି ହିଂସା ଦେଖା ଦେଇଥିଲା ।ଏହି ହିଂସା ବଢିବା ପରେ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଥିଲା । ଏବେ ପର୍ଯ୍ୟନ୍ତ ହିଂସାରେ କେହି ମୃତାହତ ହୋଇଥିବା ଖବର ସାମ୍ନାକୁ ଆସି ନାହିଁ । ତେବେ ଏହାକୁ ରୋକିବା ପାଇଁ ପ୍ରଶାସନ କର୍ଫ୍ୟୁ ଲଗାଇଛି ।

Related Articles

Back to top button