କଂଗ୍ରେସ ତରଫରୁ ଆଜି ଭୋଟରଙ୍କ ପାଇଁ ଘୋଷଣା ପତ୍ର ଜାରି କରାଯାଇଛି

ଛତିଶଗଡ ବିଧାନସଭା ନିର୍ବାଚନକୁ ନେଇ କଂଗ୍ରେସ ଓ ବିଜେପି ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳୁଛି । ବିଜେପି ଭୋଟରଙ୍କୁ ଆକୃଷ୍ଟ କରିବାକୁ ଲୋଭନୀୟ ପ୍ରତିଶ୍ରୁତି ଦେଉଥିବା ବେଳେ କଂଗ୍ରେସ ତରଫରୁ ଆଜି ଭୋଟରଙ୍କ ପାଇଁ ଘୋଷଣା ପତ୍ର ଜାରି କରାଯାଇଛି ।

ଘୋଷଣାପତ୍ର ଜାରି କରିବା ଅବସରରେ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ କହିଛନ୍ତି କି ସେ ଗତ ୫ ବର୍ଷ ମଧ୍ୟରେ ୩୬ ଟି ପ୍ରତିଶ୍ରୁତି ଦେଇଥିଲେ । ତା ମଧ୍ୟରୁ ୯୮ ପ୍ରତିଶତ ପ୍ରତିଶ୍ରୁତି ପୂରଣ କରାଯାଇଛି । ଗତ ୫ ବର୍ଷ ମଧ୍ୟରେ ୨୦ ଲକ୍ଷ କୃଷକଙ୍କୁ ୧୦ ହଜାର କୋଟି ଟଙ୍କାର ଋଣ ଛାଡ କରାଯାଇଛି । ସେପଟେ ବିଜେପିକୁ ଟାର୍ଗେଟ କରି ବଘେଲ କହିଛନ୍ତି କି, ଆମର ପ୍ରତିଶ୍ରୁତି ଉପରେ ବିଜେପି ବିଚଳିତ ହୋଇଯାଇଛି ।

Related Articles

Back to top button