ମଣିପୁର ପ୍ରସଙ୍ଗରେ ବିବୃତ୍ତି ରଖିଲେ ମୋଦୀ

ମଣିପୁରରେ ଉଇଁବ ଶାନ୍ତିର ସୂର୍ଯ୍ୟ । ଦୋଷୀଙ୍କୁ ମିଳିବ କଡା ସଜ୍ଜା । ମଣିପୁର ଅଦାଲତଙ୍କ ଏକ ଫଇସଲା ଆସିବା ହିିଂସା ଆରମ୍ଭ ହେଇଛି । ଅନେକ ଲୋକ ନିଜର ଆପଣାର ଲୋକଙ୍କୁ ହରାଇଛନ୍ତି । ମହିଳାଙ୍କ ସହିତ ଅପରାଧ ଘଟିଛି । ହେଲେ ହିଂସାକୁ ରୋକିବାକୁ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର କାମ କରିବାରେ ଲାଗିଛନ୍ତି । ମଣିପୁର ଲୋକଙ୍କ ସହ ସାରା ଦେଶ ଛିଡା ହେଇଛି ବୋଲି ଆଜି ଲୋକସଭାରେ ବିବୃତ୍ତି ରଖି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ।

ମଣିପୁର ପ୍ରସଙ୍ଗରେ ମୋଦୀ ଆହୁରି ମଧ୍ୟ କହିଛନ୍ତି ଯେ, ଯଦି ବିରୋଧୀମାନେ ଗୃହମନ୍ତ୍ରୀଙ୍କ ଚର୍ଚ୍ଚା ଉପରେ ସହମତି ଦେଖାଇଥାନ୍ତେ, ତେବେ ଏହି ପ୍ରସଙ୍ଗରେ ଲମ୍ବା ଚର୍ଚ୍ଚା ହେଇପାରିଥାନ୍ତା । ହେଲେ ବିରୋଧୀମାନେ ଏପରି କଲେନି । ତେବେ ଯଦି କେବଳ ମଣିପୁର ଉପରେ ଆଲୋଚନା କରିବାର ଥିଲା, ତେବେ ଗୃହମନ୍ତ୍ରୀଙ୍କ ଚିଠିର ଉତ୍ତର ଦେଇଥାନ୍ତେ । ହେଲେ ବିରୋଧୀ କିନ୍ତୁ ସେପରି କରିନଥିଲେ । ଅନ୍ୟପଟେ ଏହି ପ୍ରସଙ୍ଗକୁ ନେଇ ବିରୋଧୀମାନେ ରାଜନୀତି କରୁଛନ୍ତି ବୋଲି ମୋଦୀ କହିଛନ୍ତି ।

ଆଜି ଲୋକସଭାରେ ବିବୃତ୍ତି ରଖିବା ସମୟରେ ଅଧାରୁ କକ୍ଷତ୍ୟାଗ କରିଛନ୍ତି ବିରୋଧୀ ସାଂସଦ । ପ୍ରଧାନମନ୍ତ୍ରୀ ମୋଦୀ ନିଜ ଅଭିଭାଷଣ ରଖୁଥିବା ସମୟରେ ବିରୋଧୀ ଦଳର ସାଂସଦମାନେ ଅଧାରୁ ନିଜ ସିଟରୁ ଉଠି ବାହାରକୁ ଚାଲିଯାଇଥିଲେ । ଯାହା ପରେ ମଧ୍ୟ ଗୃହରେ ଅଭିଭାଷଣ ରଖିଛନ୍ତି ପ୍ରଧାନମନ୍ତ୍ରୀ । ଏହି ସମୟରେ ମୋଦୀ କହିଥିଲେ, ବିରୋଧୀମାନେ କେବଳ କହିବାକୁ ସାହାସ ରଖୁଛନ୍ତି , ହେଲେ କଥା ଶୁଣିବାକୁ ସାହାସ ରଖୁନାହାଁନ୍ତି । ତେବେ ବିରୋଧୀ ଦଳର ସାଂସଦମାନେ ଗୃହତ୍ୟାଗ କରିବା ପରେ ପ୍ରଧାନମନ୍ତ୍ରୀ ମଣିପୁର ପ୍ରସଙ୍ଗରେ ମଧ୍ୟ ନିଜର ବିବୃତ୍ତି ରଖିଥିଲେ ।

Related Articles

Back to top button