
ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ : ମାସରେ ଦୁଇ ଦିନ ପଞ୍ଚାୟତକୁ ଯିବେ ତହସିଲଦାର ଓ ଆଡିସନାଲ ତହସିଲଦାର
ଏଣିକି ପଞ୍ଚାୟତରେ ଖୋଲିବ ତହସିଲ । ମାସରେ ଦୁଇ ଦିନ ପଞ୍ଚାୟତକୁ ଯିବେ ରାଜସ୍ବ ଅଧିକାରୀ। ଏନେଇ ସରକାର ଯୋଜନା କରୁଥିବା କହିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ।ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ମାସରେ ଦୁଇ ଦିନ ପଞ୍ଚାୟତକୁ ତହସିଲଦାର ଓ ଆଡିସନାଲ ତହସିଲଦାର ଯିବେ। ରାଜସ୍ବ ଅଫିସରେ ଲୋକଙ୍କ ଜମି ଜମା ସମସ୍ୟାର ସମାଧାନ ଅନ ସ୍ପଟ କରାଯିବ। ଏଥିପାଇଁ ‘‘ମୋ ପାଞ୍ଚୟତ, ମୋ ତହସିଲ’’ ନାମରେ ଏକ କାର୍ଯ୍ୟକ୍ରମ ସରକାର ଆରମ୍ଭ କରିବାକୁ ଯାଉଛନ୍ତି। ଏଥି ସହିତ ତହସିଲ ଅଫିସ ନ ଆସି ଘରେ ବସି ଲୋକେ ସବୁ ସୁବିଧା ପାଇବେ। ମୋବାଇଲରେ ୧୮ଟି ରାଜସ୍ବ ସୁବିଧା ପାଇବା ପାଇଁ ସରାକର ବ୍ୟବସ୍ଥା କରିଛନ୍ତି। ଲୋକମାନେ ଘରେ ବସି ମୋବାଇଲରେ ଏହି ସେବା ଗୁଡିକ ମଧ୍ୟ ପାଇପାରିବେ ବୋଲି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି।