ସଂସଦ ସୁରକ୍ଷା ତ୍ରୁଟି ମାମଲାରେ ପ୍ରତିକ୍ରିୟା ରଖିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ

ସଂସଦ ସୁରକ୍ଷା ତୃଟି ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଏନେଇ ସେ କେନ୍ଦ୍ରରେ ମୋଦୀ ସରକାରଙ୍କ ନୀତି ଉପରେ ପ୍ରଶ୍ନ ଉଠାଇଛନ୍ତି । ରାହୁଲ ଗାନ୍ଧୀ କହିଛନ୍ତି କି ସଂସଦ ସୁରକ୍ଷା ତ୍ରୁଟିର ମୁଖ୍ୟ କାରଣ ହେଉଛି ବେରୋଜଗାରୀ ଓ ଦରବୃଦ୍ଧି । କାରଣ ଏବେ ଦେଶରେ ବେରୋଜଗାରୀ ହେଉଛି ସବୁଠାରୁ ବଡ ପ୍ରସଙ୍ଗ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ନୀତି କାରଣରୁଚ ଦେଶର ଯୁବକଙ୍କୁ ରୋଜଗାର ମିଳୁନାହିଁ ତେଣୁ ବିଚଳିତ ହୋଇ କେହି ବି କିଛି କରିବାକୁ ପଛାଉ ନାହାଁନ୍ତି ।

ସେପଟେ ସମାଜବାଦୀ ପାର୍ଟିର ସାଂସଦ ଅଖିଳେଶ ଯାଦବ କହିଛନ୍ତି କି, ଆକ୍ରମଣ ପଛରେ ଥିବା ଯୁବକମାନଙ୍କ ପରିବାର ସହ ସେ କଥା ହୋଇଛନ୍ତି । ପରିବାର ଲୋକେ କହୁଛନ୍ତି କି ସେମାନେ ଶିକ୍ଷିତ ଥିଲେ ମଧ୍ୟ ସେମାନଙ୍କୁ ରୋଜଗାର ମିଳିନଥିବାରୁ ସେମାନେ ଦୁଖୀ ଥିଲେ । ଏହି କାରଣରୁ ସେମାନେ ସରକାରଙ୍କୁ ଚେତାବନୀ ଦେବାକୁ ଏଭଳି କାର୍ଯ୍ୟ କରିଛନ୍ତି ।

ଏହା ପୂର୍ବରୁ କଂଗ୍ରେସ ମହାସଚିବ ଜୟରାମ ରମେଶ ମଧ୍ୟ ବିଜେପି ସରକାରକୁ ଟାର୍ଗେଟ କରିଥିଲେ । ସେ କହିଥିଲେ କି, ସରକାର ମୁଖ୍ୟ ପ୍ରସଙ୍ଗରୁ ଧ୍ୟାନ ହଟାଇବାକୁ ଚେଷ୍ଟା କରୁଛନ୍ତି । ହେଲେ ଏତେବଡ ଘଟଣା ପରେ ମଧ୍ୟ ଗୃହମନ୍ତ୍ରୀ ସଂସଦରେ ବିବୃତ୍ତି ନ ରଖିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ସେପଟେ ମୈସୁର ସାଂସଦ ଯିଏ କି, ଆକ୍ରମଣକାରୀଙ୍କୁ ସଂସଦ ପାସ୍ ପ୍ରଦାନ କରିଥିଲେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନ ହେବା ଏକ ଦୁଭାଗ୍ୟଜନକ କଥା ବୋଲି ସେ କହିଛନ୍ତି ।

Related Articles

Back to top button