ଅଭିନେତ୍ରୀ ଚାହତ ଖାନ୍ନାଙ୍କୁ ୧୦୦ କୋଟି ଟଙ୍କାର ମାନହାନି ନୋଟିସ୍ ପଠାଇଲେ ସୁକେଶ

ନୂଆଦିଲ୍ଲୀ: ପୁଣି ସମସ୍ୟା ଘେରରେ ଅଭିନେତ୍ରୀ ଚାହତ ଖାନ୍ନା। ଜେଲରେ ଥିବା ମହାଠକ ସୁକେଶ ଚାହତ ଖାନ୍ନାଙ୍କୁ ୧୦୦ କୋଟି ଟଙ୍କାର ମାନହାନି ନୋଟିସ୍ ପଠାଇଛନ୍ତି। ପୂର୍ବରୁ ୨୦୦କୋଟି ଟଙ୍କା ମନିଲଣ୍ଡରିଂ ମାମଲାରେ ଜେଲରେ ଥିବା ସୁକେଶ ଚନ୍ଦ୍ରଶେଖର ଅଭିନେତ୍ରୀ ଚାହତ ଖାନ୍ନା ନାଁରେ ଆଣିଛନ୍ତି ଅଭିଯୋଗ।

କହିଛନ୍ତି ମୋ ଚରିତ୍ରସଂହାର କଲାଭଳି ମନ୍ତବ୍ୟ ଦେଇ ମୋତେ ଆଘାତ ଦେଇଛନ୍ତି ଚାହତ। ସେଥିପାଇଁ ଚାହତଙ୍କ ନାଁରେ ୧୦୦ କୋଟି ଟଙ୍କାର ମାନହାନି ନୋଟିସ୍ ଜାରି କରିବା ସହ ବିନମ୍ର ଭାବେ କ୍ଷମା ମାଗିବା ପାଇଁ ନୋଟିସ୍‌ରେ ଉଲ୍ଲେଖ କରିଛନ୍ତି ସୁକେଶ।

ସୂଚନା ଅନୁଯାୟୀ, ବଲିଉଡ ଅଭିନେତ୍ରୀ ନୋରା ଫତେହୀ ଓ ଜ୍ୟାକଲିନ ଫର୍ଣ୍ଣାଡିଜଙ୍କୁ ନେଇ ସୁକେଶ ବିବାଦୀୟ ଥିବା ବେଳେ ଟେଲି ଅଭିନେତ୍ରୀ ଚାହତ ଖାନ୍ନା ତାଙ୍କ ବିରୋଧରେ ଗୁରୁତର ଅଭିଯୋଗ କରିଥିଲେ । କହିଥିଲେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ନିମନ୍ତ୍ରଣ କରାଯାଇଥିଲା। ସେଠାରେ ଚାହତ ପିଙ୍କି ଇରାନୀଙ୍କୁ ଭେଟିଥିଲେ। କିଛି ଦିନ ପରେ ଚାହତଙ୍କୁ ତିହାର ଜେଲ ପରିସରକୁ ନିଆଯାଇଥିଲା। ସେଠାରେ ସୁକେଶଙ୍କ ସହ ଚାହାତଙ୍କର ଭେଟ ହୋଇଥିଲା ।

ସୁକେଶ ତାଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ କିନ୍ତୁ ଚାହତ ବିବାହିତ ଓ ତାଙ୍କର ଦୁଇଟି ସନ୍ତାନ ଥିବା କହିବାରୁ ସୁକେଶ ଦୁଇ ସନ୍ତାନଙ୍କ ବାପା ହେବାକୁ ଚାହାନ୍ତି ବୋଲି କହିଥିଲେ। ପରେ ଚାହତଙ୍କୁ ୨ଲକ୍ଷ ଟଙ୍କା ଶଗୁନ ଭାବେ ଦେଇ ମୁମ୍ବାଇ ବିମାନ ବନ୍ଦରରେ ଛାଡ଼ି ଦିଆଯାଇଥିଲା। ମୁମ୍ବାଇ ଆସିବା ପରେ ଚାହତଙ୍କୁ ବ୍ଲାକମେଲ କରିବା ଆରମ୍ଭ କରିଥିଲା ସୁକେଶ। ତିହାର ଜେଲ ଆସି ଭେଟିଥିବାର ଭିଡିଓ ନିଉଜ ଚ୍ୟାନେଲକୁ ଦେଇଦେବି ବୋଲି କହି ଚାହତଙ୍କୁ ବ୍ଲାକମେଲ କରି ୧୦ଲକ୍ଷ ମାଗିଥିଲେ ସୁକେଶ। ଭିଡିଓ ଭାଇରାଲ ହୋଇଯିବା ଡରରେ ଚାହତ ସୁକେଶଙ୍କୁ ୧୦ଲକ୍ଷ ମଧ୍ୟ ଦେଇଥିଲେ ବୋଲି କହିଛନ୍ତି ଚାହତ। କିନ୍ତୁ ଅନ୍ୟପଟେ ଏହି ଅଭିଯୋଗକୁ ଖଣ୍ଡନ କରିଥିଲେ ସୁକେଶ  । ସେ କହିଥିଲେ ଚାହତ କେବଳ ଧ୍ୟାନ ଆକର୍ଷଣ କରିବାକୁ ଏପରି କରୁଛନ୍ତି ଚାହତ  ।

ଏନେଇ ସୁକେଶଙ୍କ ଓକିଲ କହିଛନ୍ତି, ଚାହତଙ୍କୁ ନୋଟିସ୍‌ ପଠାଯାଇ ୭ ଦିନ ସମୟ ଦିଆଯାଇଛି। ଯଦି ୭ ଦିନ ମଧ୍ୟରେ ଆଇନ୍‌ ଅନୁଯାୟୀ ସୁକେଶଙ୍କୁ କ୍ଷମା ନ ମାଗନ୍ତି ତେବେ ଚାହତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Related Articles

Back to top button