ତାମିଲନାଡୁ ସରକାରଙ୍କ ଘୋଷଣା: ଆଧାର ସହ ବିଦ୍ୟୁତ୍ କନେକ୍ସନ ଯୋଡିଲେ ମିଳିବ ୧୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ୍

ନୂଆଦିଲ୍ଲୀ: ମାଗଣା ବିଦ୍ୟୁତ୍ ଚାହୁଁଥିବା ଲୋକଙ୍କ ପାଇଁ ଆସିଲା ଖୁସିଖବର । ସରକାର ୧୦୦ ୟୁନିଟ୍ ମାଗଣା ବିଦ୍ୟୁତ୍ ଘୋଷଣା କରିଛନ୍ତି । କିନ୍ତୁ ଏଥିପାଇଁ ଆପଣଙ୍କୁ ଗୋଟିଏ ଛୋଟ କାମ କରିବାକୁ ପଡିବ । ସୂଚନା ଅନୁସାରେ, ତାମିଲନାଡୁ ସରକାର ଘୋଷଣା କରିଛନ୍ତି ଯେ ଯେଉଁ ଗ୍ରାହକମାନେ ଆଧାର ନମ୍ବର ସହିତ ସେମାନଙ୍କର ବିଦ୍ୟୁତ କନେକ୍ସନକୁ ଲିଙ୍କ କରିବେ, ସେମାନଙ୍କୁ ଏକ ମାସରେ ୧୦୦ ୟୁନିଟ୍ ମାଗଣା ବିଦ୍ୟୁତ ମିଳିବ ।

ସରକାରଙ୍କ ଏହି ଘୋଷଣା ପରେ ତାମିଲନାଡୁ ଜେନେରେସନ୍ ଆଣ୍ଡ ଡିଷ୍ଟ୍ରିବ୍ୟୁସନ୍ କମ୍ପାନୀ (ଟାଙ୍ଗେଡକୋ) ଗ୍ରାହକଙ୍କ ଆଧାର କାର୍ଡକୁ ସେମାନଙ୍କ ଉପଭୋକ୍ତା ନମ୍ବର ସହିତ ଯୋଡିବା ଆରମ୍ଭ କରିଛି । କିନ୍ତୁ ଏବେ ଏହା ସହ ଜଡିତ ନୂଆ ଅଭିଯୋଗ ସାମ୍ନାକୁ ଆସୁଛି । ବର୍ତ୍ତମାନ ଅଭିଯୋଗ ଆସୁଛି ଯେ ଟାଙ୍ଗେଡକୋ କାର୍ଯ୍ୟାଳୟରେ ଏହି କାମ ପାଇଁ ପ୍ରସ୍ତୁତ କାଉଣ୍ଟରରେ ଗ୍ରାହକମାନଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି ।

ସୂଚନାଯୋଗ୍ୟ ଯେ ପୂର୍ବରୁ ଚେନ୍ନାଇରେ ନିର୍ମିତ କାଉଣ୍ଟର ଯାଞ୍ଚ କରିବା ପରେ ଶକ୍ତିମନ୍ତ୍ରୀ ଭି ଏସ ବାଲାଜୀ ଅଧିକାରୀମାନଙ୍କୁ ଉପଯୁକ୍ତ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଥିଲେ । ତାମିଲନାଡୁ ସରକାର ବର୍ତ୍ତମାନ ବିଦ୍ୟୁତ୍ ବିଭାଗର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ଆଧାର ସହିତ ବିଦ୍ୟୁତ୍ କନେକ୍ସନ୍ ଲିଙ୍କ କରିବାକୁ ଆସୁଥିବା ଗ୍ରାହକଙ୍କ ପାଇଁ କୌଣସି ଅସୁବିଧା ନହେବା ଉଚିତ୍ । କେବଳ ଏତିକି ନୁହେଁ ସରକାର ଏଥିପାଇଁ ବିସ୍ତୃତ ନିର୍ଦ୍ଦେଶନାମା ଜାରି କରିଛନ୍ତି ।

Related Articles

Back to top button