ମୁମ୍ବାଇ-ଆଗ୍ରା ହାଇୱେରେ ହୋଟେଲ୍‌ରେ ପଶିଗଲା କଣ୍ଟେନର; ୧୫ ମୃତ 

ନୂଆଦିଲ୍ଲୀ: ମୁମ୍ବାଇ-ଆଗ୍ରା ରାଜପଥରେ ପାଲାସନର ନିକଟରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ୧୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ ରୁ ଅଧିକ ଲୋକ ଆହତ ହୋଇଥିବା କୁହାଯାଉଛି । ବ୍ରେକ୍ ଫେଲ୍ ହେତୁ ଏକ କଣ୍ଟେନର ଦ୍ରୁତ ଗତିରେ ଆସି ରାସ୍ତା କଡ଼ରେ ଥିବା ଏକ ହୋଟେଲ୍ ଭିତରେ ପଶି ଯାଇଥିଲା । ଯାହା ଫଳରେ ଏତେବଡ଼ ଦୁର୍ଘଟଣା ଘଟିଥିଲା ।

ଏହି ଘଟଣାରେ ମୃତ୍ୟୁସଂଖ୍ୟା ବୃଦ୍ଧି ହେବାର ସମ୍ଭାବନା ରହିଛି । ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛି । ଦୁର୍ଘଟଣାସ୍ଥଳରେ ନିକଟସ୍ଥ ଗାଁର ବହୁ ଲୋକ ଏକତ୍ରିତ ହୋଇଥିଲେ ।

ସୂଚନା ଅନୁସାରେ ଦିନ ୧୨ଟା ପାଖାପାଖି ସମୟରେ ଏକ କଣ୍ଟେନର ମୁମ୍ବାଇ-ଆଗ୍ରା ରାଜପଥରେ ପାଲାସନର ନିକଟରେ ଯଅଉଥିଲା । ଏହି ସମୟରେ ଏହାର ବ୍ରେକ୍ ଫେଲ୍ ହୋଇଯାଇଥିଲା । ଫଳରେ ଏହା ଯାଇ ରାସ୍ତାକଡ଼ରେ ଥିବା ଏକ ହୋଟେଲ୍‌ରେ ପଶି ଯାଇଥିଲା । ଦୁର୍ଘଟଣାରେ ଘଟଣାସ୍ଥଳରେ ହିଁ ୧୨ ଜଣଙ୍କର ମୃତ୍ୟୁ ହୋଇଯାଇଥିଲା ଏବଂ ୧୫ରୁ ଉର୍ଦ୍ଦ ଲୋକେ ଗୁରୁତର ଆହତ ହୋଇଥିଲେ ।

Related Articles

Back to top button