ଗୁରୁତର ରୋଗରେ ପୀଡିତ ଲୋକଙ୍କୁ ଆଶ୍ବସ୍ତି: ୩୮୪ଟି ଔଷଧର ଦାମ କମାଇଲା କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଟିବି, ଏଚ୍.ଆଇ.ଭି, ହେପାଟାଇଟିସ୍ ବି, ଡାଇବେଟିସ୍ ଭଳି ଗୁରୁତର ରୋଗରେ ପୀଡିତ ଲୋକଙ୍କୁ ଆଶ୍ବସ୍ତି ପ୍ରଦାନ କରିଛନ୍ତି କେନ୍ଦ୍ର ସରକାର । ରବିବାର ଜାତୀୟ ଆବଶ୍ୟକୀୟ ଔଷଧ ସୂଚୀ (ଏନଏଲଇଏମ) କାର୍ଯ୍ୟକାରୀ କରିଛନ୍ତି। ଏହା ଅନେକ ରୋଗ ପାଇଁ ଔଷଧ ଶସ୍ତା କରିବ। ଏଥିମଧ୍ୟରେ ପେଟେଣ୍ଟ ଔଷଧ ମଧ୍ୟ ଅନ୍ତର୍ଭୁକ୍ତ।

ପ୍ରାୟ ସାତ ବର୍ଷ ପରେ ଏହି ତାଲିକା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଜାରି କରିଛି । ମୋଦୀ ସରକାର ୨୦୧୪ରେ ଆସିବା ପରେ ପରେ ପ୍ରଥମେ ଏପରି ଏକ ପଦକ୍ଷେପ ନେଇଥିଲେ। ଏହାପରେ ଦ୍ବିତୀୟ ପଦକ୍ଷେପ ନେଇଛନ୍ତି। ଏହି ଔଷଧ ତାଲିକା ୩୫୦ରୁ ଅଧିକ ବିଶେଷଜ୍ଞଙ୍କ ଦ୍ବାରା ପ୍ରସ୍ତୁତ ହୋଇଛି। ଏଥିରେ ମୋଟ ୩୮୪ଟି ଔଷଧ ରହିଛି। ଏଥିମଧ୍ୟରୁ ୩୪ଟି ନୂଆ ଔଷଧ ରହିଛି। ୨୬ଟି ଔଷଧ ମଧ୍ୟ ବାହାର କରାଯାଇଛି। ୨୦୧୫ ତାଲିକାରେ ୩୭୬ ଔଷଧ ରହିଥିଲା।

ଏହି ଔଷଧଗୁଡିକ ଜାତୀୟ ଫାର୍ମାସ୍ୟୁଟିକାଲ୍ ପ୍ରାଇସିଂ ଅଥରିଟି (ଏନପିପିଏ) ଦ୍ୱାରା ସ୍ଥିର କରାଯାଇଥିବା ମୂଲ୍ୟଠାରୁ ଅଧିକ ବିକ୍ରି ହୋଇପାରିବ ନାହିଁ। କରୋନା ଔଷଧ ଏବଂ ଟିକା ଏହି ତାଲିକାରେ ଅନ୍ତର୍ଭୂକ୍ତ ନାହିଁ କାରଣ ସେଗୁଡିକ କେବଳ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତିପ୍ରାପ୍ତ। ତାଲିକାରୁ ବାଦ ପଡିଥିବା ଔଷଧଗୁଡ଼ିକରେ ରାନିଟିଡାଇନ୍, ବ୍ଲିଚିଂ ପାଉଡର, ଭିଟାମିନ୍ ସପ୍ଲିମେଣ୍ଟ ନିକୋଟିନାମାଇଡ୍ ରହିଛି।

Related Articles

Back to top button