ଡିସେମ୍ବର  ୪ ତାରିଖରେ ହେବ ମିଜୋରାମ ବିଧାନସଭା ନିର୍ବାଚନ ଭୋଟ୍ ଗଣତି 

ବଦଳିଲା ମିଜୋରାମ ବିଧାନସଭା ନିର୍ବାଚନ ଫଳାଫଳ ତାରିଖ । ୩ ବଦଳରେ ୪ ତାରିଖରେ ହେବ ଭୋଟ୍ ଗଣତି । ମିଜୋରାମ ନିର୍ବାଚନ ଫଳାଫଳ ତାରିଖ ବଦଳାଇବାକୁ ପୂର୍ବରୁ ଦାବି ହୋଇଆସୁଥିଲା । ରବିବାର ଇସାଇ ସମ୍ପ୍ରଦାୟଙ୍କ ପାଇଁ ପବିତ୍ର ହୋଇ ଥିବାରୁ ଏହିଦିନ ମତଗଣନା ନକରିବାକୁ ଦାବି ହୋଇଥିଲା ।

ବିଜେପି, କଂଗ୍ରେସ ଏବଂ କ୍ଷମତାସୀନ ଏମଏନଏଫ୍ ସମେତ ସବୁ ରାଜନୈତିକ ଦଳ ଏଥିରେ ସହମତ ହୋଇଥିଲେ । ସବୁ ରାଜନୈତିକ ଦଳ ଏନେଇ ନିର୍ବାଚନ କମିଶନଙ୍କୁ ଏକ ଚିଠି ଲେଖିଥିଲେ । ଏଥିରେ ସବୁ ଦଳର ହସ୍ତାକ୍ଷର ମଧ୍ୟ ଥିଲା । ଚିଠିରେ ଲେଖାଯାଇଛି ଯେ, ରବିବାର ମିଜୋରାମରେ କୌଣସି ଆନୁଷ୍ଠାନିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇ ନାହିଁ । ନଭେମ୍ବର ୭ ତାରିଖରେ ୪୦ ଆସନ ପାଇଁ ମିଜୋରାମରେ ଭୋଟ୍ ପଡ଼ିଥିଲା । ମିଜୋରାମ ନିର୍ବାଚନ ଫଳାଫଳର ତାରିଖ ବଦଳିଥିଲେ ବି ବାକି ୪ ରାଜ୍ୟର ଫଳାଫଳ ଡିସେମ୍ବର ୩ ତାରିଖରେ ହେବ ।

Related Articles

Back to top button