ଭାରତକୁ ‘ସବୁଠାରୁ ବଡ’ ଆମଦାନୀ ଶୁଳ୍କ ଲାଗୁ କରୁଥିବା ଦେଶ : ଟ୍ରମ୍ପ
ବିପଦରେ ଏବେ ଭାରତ-ଆମେରିକା ବାଣିଜ୍ୟ। କାରଣ ନିକଟରେ ଆମେରିକାର ରାଷ୍ଟ୍ରପତି ନିର୍ବାଚିତ ଡୋନାଲ୍ଡ ଟ୍ରମ୍ପ ଭାରତକୁ ‘ସବୁଠାରୁ ବଡ’ ଆମଦାନୀ ଶୁଳ୍କ ଲାଗୁ କରୁଥିବା ଦେଶ ବୋଲି କହିଥିଲେ। ଏହାପରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ଘରୋଇ ଶିଳ୍ପକୁ କ୍ଷତି ପହଞ୍ଚାଉ ନ ଥିବା ଉତ୍ପାଦ ଉପରେୁ ସେ ବର୍ଦ୍ଧିତ ଶୁଳ୍କ ପ୍ରତ୍ୟାହାର କରିପାରନ୍ତି।ରିପବ୍ଲିକ୍ ମିଡିଆ ନେଟୱାର୍କ ଦ୍ବାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ସୀତାରମଣ କହିଛନ୍ତି, ଆମେ ସେହି ଉତ୍ପାଦଗୁଡିକ ଉପରୁ ବର୍ଦ୍ଧିତ ଶୁଳ୍କ ହଟାଇଦେବୁ, ଯଦି ଏହା ଉଦ୍ଦେଶ୍ୟମୂଳକ ଭାବେ କିମ୍ବା ଅଜାଣତରେ ଆମର ଉତ୍ପାଦନ କ୍ଷମତାକୁ କ୍ଷତି ପହଞ୍ଚାଇବନାହିଁ। ତେଣୁ ଦୁହିଁଙ୍କ ମଧ୍ୟରେ ଏକ ସନ୍ତୁଳନ ବଜାୟ ରଖିବାକୁ ଆମେ ଚାହୁଁଛୁ ବୋଲି ସୀତାରମଣ କହିଛନ୍ତି। ସ୍ଥାନୀୟ ଭାବରେ ସାମଗ୍ରୀ ଉତ୍ପାଦନ କରୁଥିବା ଘରୋଇ କମ୍ପାନୀଗୁଡିକର ସ୍ବାଥଁ ରକ୍ଷା କରିବା ଆମର ଦାୟିତ୍ବ। ଏହାସହ ଆମଦାନୀ ଉପରେ ନିର୍ଭରଶୀଳ ଥିବା ଲୋକଙ୍କୁ ମଧ୍ୟ ସନ୍ତୁଳନ ରକ୍ଷା କରିବାର ଆବଶ୍ୟକତା ରହିଛି। ଟ୍ରମ୍ପ ଅନେକ ଥର ଭାରତକୁ ସମାଲୋଚନା କରିଛନ୍ତି ଏବଂ ଏହାକୁ ଅଧିକ ଶୁଳ୍କ ଲାଗୁ କରୁଥିବା ଦେଶ ବୋଲି ବର୍ଣ୍ଣନା କରିଛନ୍ତି। ସେ ୨୦୨୦ ରେ ଭାରତକୁ ‘ଶୁଳ୍କ ରାଜା’ ବୋଲି କହିଥିଲେ। ନିକଟରେ ସେ ଭାରତକୁ ବିଦେଶୀ ସାମଗ୍ରୀ ଉପରେ ଶୁଳ୍କର ସବୁଠାରୁ ବଡ ଚାର୍ଜର ଏବଂ ଆମଦାନୀ ଶୁଳ୍କର ‘ଅପବ୍ୟବହାରକାରୀ’ ବୋଲି କହିଥିଲେ। ସେ ଏହା ମଧ୍ୟ କହିଛନ୍ତି ଯେ ଯଦି ସେ ପୁନଃ ନିର୍ବାଚିତ ହୁଅନ୍ତି, ତେବେ ଆମେରିକା ପ୍ରତିଶୋଧ ପରାୟଣ ହୋଇ ଶୁଳ୍କ ଲାଗୁ କରିବ।