୨ରୁ ୧୮ବର୍ଷର ପିଲାଙ୍କ ପାଇଁ କୋଭାକ୍ସିନ ବହୁ ପ୍ରଭାବଶାଳୀ: ଭାରତ ବାୟୋଟେକ ଦାବି

କୋଭୋକ୍ସିନ ୨ରୁ ୧୮ ବର୍ଷ ବୟସ ମଧ୍ୟରେ ଥିବା ଶିଶୁ ଏବଂ କିଶୋରମାନଙ୍କ ପାଇଁ ଅତ୍ୟନ୍ତ ପ୍ରଭାବଶାଳୀ

ଭାରତ ବାୟୋଟେକର ଆଣ୍ଟି-କରୋନା ଭାଇରସ୍‌ ଟିକା କୋଭୋକ୍ସିନ ୨ରୁ ୧୮ ବର୍ଷ ବୟସ ମଧ୍ୟରେ ଥିବା ଶିଶୁ ଏବଂ କିଶୋରମାନଙ୍କ ପାଇଁ ଅତ୍ୟନ୍ତ ପ୍ରଭାବଶାଳୀ। ଶୁକ୍ରବାର କମ୍ପାନୀ ପକ୍ଷରୁ ଦାବି କରାଯାଇଛି ଯେ, ଏହାର କୋଭିଡ ଟିକା ଦ୍ୱିତୀୟ ଏବଂ ତୃତୀୟ ଅଧ୍ୟୟନରେ ପିଲାମାନଙ୍କ ପ୍ରତିରୋଧକ ଶକ୍ତି ପାଇଁ ନିରାପଦ, ସହନଶୀଳ ଏବଂ ଅତ୍ୟଧିକ ପ୍ରତିରୋଧକ ବୋଲି ପ୍ରମାଣିତ ହୋଇଛି। ସୂଚନା ମୁତାବକ, ଟିକା ପ୍ରସ୍ତୁତକାରୀ କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ଏହି ଅଧ୍ୟୟନକୁ ଗ୍ରହଣ କରାଯିବା ସହ ପ୍ରତିଷ୍ଠିତ ପତ୍ରିକା ଲାନସେଟ୍‌ରେ ପ୍ରକାଶ କରାଯାଇଛି। ଭାରତ ବାୟୋଟେକ ୨-୧୮ ବର୍ଷ ବୟସର ସୁସ୍ଥ ଶିଶୁ ଏବଂ କିଶୋରମାନଙ୍କ ଉପରେ କୋଭାକ୍ସିନ ପରୀକ୍ଷା କରାଯାଇଥିଲା। ଜୁନ ୨୦୨୧ରୁ ସେପ୍ଟେମ୍ବର ୨୦୨୧ ମଧ୍ୟରେ ହୋଇଥିବା ଏହି ପରୀକ୍ଷଣରେ, ଏହି ଟିକା ଅତ୍ୟଧିକ ପ୍ରଭାବଶାଳୀ ବୋଲି ଜଣାପଡିଛି। ଏହି ଅଧ୍ୟୟନର ତଥ୍ୟ ଅକ୍ଟୋବର ୨୦୨୧ରେ ସେଣ୍ଟ୍ରାଲ ଡ୍ରଗ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେସନ(ସିଡିଏସ୍‌ସିଓ)ରେ ଦାଖଲ କରାଯାଇଥିଲା। ଏହାପରେ ୬ରୁ ୧୮ ବର୍ଷ ବୟସର ପିଲାମାନଙ୍କ ପାଇଁ ଏହାର ଜରୁରୀକାଳୀନ ବ୍ୟବହାର ଲାଗି ଅନୁମତି ଦିଆଯାଇଥିଲା ବୋଲି ଭାରତ ବାୟୋଟେକ ପକ୍ଷରୁ କୁହାଯାଇଛି।

Related Articles

Back to top button