ଜୁଲାଇ ୧୫ରୁ ମାଗଣା ବୁଷ୍ଟର୍‌ ଡୋଜ୍‌

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣର ବୃଦ୍ଧି ମଧ୍ୟରେ ବୁଧବାର ମୋଦି କ୍ୟାବିନେଟ ଏକ ବଡ଼ ନିଷ୍ପତ୍ତି ନେଇଛି। ୧୮-୫୯ ବର୍ଷ ବୟସର ଲୋକଙ୍କୁ କୋଭିଡ ବୁଷ୍ଟର ଟିକା ମାଗଣାରେ ଯୋଗାଇବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ଏହି ସୂଚନା ଦେଇଛନ୍ତି।
କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଭାରତ ଏବେ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ କରୁଛି। କେନ୍ଦ୍ର ସରକାରଙ୍କ ଆଜାଦୀ କି ଅମୃତ ମହୋତ୍ସବ ଅଭିଯାନ ଅଧୀନରେ ଲୋକଙ୍କୁ ମାଗଣାରେ କରୋନା ବୁଷ୍ଟର ଡୋଜ ଦିଆଯିବ। ଜୁଲାଇ ୧୫ରୁ ୧୮ ବର୍ଷରୁ ଅଧିକ ବୟସ୍କଙ୍କୁ ମାଗଣାରେ ବୁଷ୍ଟର ଡୋଜନ ଦିଆଯିବାକୁ ନିଷ୍ପତ୍ତି ହୋଇଛି। ୭୫ ଦିନର ଏକ ସ୍ବତନ୍ତ୍ର ଅଭିଯାନ ଅଧୀନରେ ଲୋକମାନେ ସରକାରୀ ଟିକାକରଣ କେନ୍ଦ୍ରରେ କୋଭିଡ ଟିକା ପ୍ରତି ବୁଷ୍ଟର ଡୋଜ୍‌ ନେଇପାରିବେ।

Related Articles

Back to top button