
କୋଭିଡକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ୨୮ ତାରିଖରେ ବସିବ ସମୀକ୍ଷା ବୈଠକ
ଦେଶରେ ଲଗାତାର କରୋନା ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଉଛି । ଆସନ୍ତା ୨୮ ତାରିଖରେ କୋଭିଡ୍ ସମୀକ୍ଷା ବୈଠକ ଅନୁଷ୍ଠିତ ହେବ । କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ବସିବ । ଏହି ବୈଠକରେ ସମସ୍ତ ରାଜ୍ୟ ସହ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଆଲୋଚନା କରିବେ । କୋଭିଡ୍, ନିପା, ଇନ୍ଫ୍ଲୁଏଞ୍ଜା ପରି ଭୂତାଣୁ ନେଇ ସମୀକ୍ଷା ହେବ ।
ସେହିପରି ମୁମ୍ବାଇରେ ଏହାର ଆରମ୍ଭ ହୋଇଥିବା ବେଳେ ମୋଟ ମାମଲା ୨୪ ମେ’ ସକାଳ ସୁଦ୍ଧା ୩୧୨ ରେକର୍ଡ କରାଯାଇଛି । ଅନ୍ୟ ଦେଶ ତୁଳନାରେ ଏହି ସଂଖ୍ୟା କମ୍ ବୋଲି କୁହାଯାଉଛି । ମାତ୍ର ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଏହା ନିୟନ୍ତ୍ରଣରେ ରହିବା ଆବଶ୍ୟକ । କରୋନାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି ।୨୩ ମେ’ରେ ଦେଶରେ ନୂଆ ୨୯ ମାମଲା ରେକର୍ଡ କରାଯାଇଥିଲା । ଗୁଜରାଟ ଅହମଦାବାଦରୁ ୨୦, ୟୁପିରୁ ୪ ଓ ହରିୟାଣାରୁ ୫ ମାମଲା ସାମ୍ନାକୁ ଆସିଥିଲା । ସେହିପରି ବେଙ୍ଗାଲୁରୁରେ ୯ ମାସର ଏକ ଶିଶୁ କରୋନା ପଜିଟିଭ୍ ଚିହ୍ନଟ ହୋଇଛି ।ଦିଲ୍ଲୀ ସରକାର ୨୩ ମେ’ରେ ସ୍ୱାସ୍ଥ୍ୟ ଗାଇଡ୍ଲାଇନ୍ ଜାରି କରିଛି । ହସ୍ପିଟାଲ ମାନଙ୍କରେ ଶଯ୍ୟା, ଅକ୍ସିଜେନ୍, ଆବଶ୍ୟକ ପରିମାଣରେ ଔଷଧ ରଖିବାକୁ ନିର୍ଦ୍ଦେଶ ଦେଇଛି । ଯଦି କରୋନା ପଜିଟିଭ୍ ଚିହ୍ନଟ ହେଉଛି, ସେମାନଙ୍କ ନମୁନା ପରୀକ୍ଷା କରାଯାଇ ଚିକିତ୍ସାରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁସାରେ କରୋନାର ଏହି ଭାରିଆଣ୍ଟ ଓମିକ୍ରୋନ୍ର ସବ୍ ଭାରିଆଣ୍ଟ । ଏହା ରୋଗୀଙ୍କ ରୋଗ ପ୍ରତିରୋଧକ ଶକ୍ତିକୁ ଦୁର୍ବଳ କରୁଛି । ବିଶେଷ କରି ବୟସ୍କ, ଶିଶୁମାନେ, ପୂର୍ବରୁ ଅନେକ ରୋଗରେ ପୀଡିତ ଥିବା ରୋଗୀ ଅଧିକ ଯତ୍ନବାନ୍ ରୁହନ୍ତୁ । ଦେଶରେ ୨୦୨୩ରେ ମଧ୍ୟ ଏହି ଭାରିଆଣ୍ଟର ମାମଲା ଦେଖାଯାଇଥିଲା ।ୟୁପି, ଦିଲ୍ଲୀ, ଓଡିଶା, ଆନ୍ଧ୍ରପ୍ରଦେଶ, ହରିୟାଣା, ମହାରାଷ୍ଟ୍ର ସହ ଅନ୍ୟ ରାଜ୍ୟରେ କରୋନା ପାଇଁ ଗାଇନ୍ଲାଇନ୍ ଜାରି ହୋଇଛି । ସ୍ୱାସ୍ଥ୍ୟ ବିଭାଗ ସମସ୍ତ ଲୋକଙ୍କୁ ଅପିଲ୍ କରିଛି ଯେ, ନିଜକୁ ଭୂତାଣୁ ଠାରୁ ସର୍ବଦା ଦୂରେଇ ରଖିବାକୁ ଚେଷ୍ଟା କରନ୍ତୁ ।