ବ୍ଲଡ କ୍ଲଟ, ହୃଦଘାତ ଭଳି ଗୁରୁତର ପାର୍ଶ୍ଵପ୍ରତିକ୍ରିୟା ସୃଷ୍ଟି କରିପାରେ କୋଭିସିଲ୍ଡ ଭ୍ୟାକ୍ସିନ

କରୋନା ମହାମାରୀ ସମୟରେ ନେଇଥିବା ଟିକା କୋଭିସିଲ୍ଡ ଭ୍ୟାକ୍ସିନକୁ ନେଇ ବଡ ତଥ୍ୟା ସାମ୍ନାକୁ ଆସିଛି। କୋଭିସିଲ୍ଡ ଟିକା ଯୋଗୁ ପାର୍ଶ୍ୱ ପ୍ରତିକ୍ରିୟା ହେଉଥିବା ଟିକା ଉତ୍ପାଦନକାରୀ କମ୍ପାନୀ ଆଷ୍ଟ୍ରୋଜେନିକା ବଡ ଖୁଲାସା କରିଛି। କୋର୍ଟରେ ଉପସ୍ଥାପିତ ଡକ୍ୟୁମେଣ୍ଟରେ କମ୍ପାନୀ ପ୍ରଥମ ଥର ପାଇଁ ସ୍ୱୀକାର କରିଛି ଯେ କୋଭିଡ-୧୯ ଟିକା ରକ୍ତ ଜମାଟ ବାନ୍ଧିବା, ହୃଦଘାତ, ମସ୍ତିଷ୍କ ଘାତ ଭଳି ଗୁରୁତର ପାଶ୍ୱର୍ ପ୍ରତିକ୍ରିୟା ସୃଷ୍ଟି କରିପାରେ। ତେବେ ଏଭଳି ପାଶ୍ୱର୍ ପ୍ରତିକ୍ରିୟାର ମାମଲା ବହୁତ କମ୍‌‌ ବୋଲି କମ୍ପାନୀ ଦାବି କରିଛି। ଅକ୍ସଫୋର୍ଡ ଓ ଆଷ୍ଟ୍ରୋଜେନିକା କମ୍ପାନୀ ଦ୍ୱାରା ପ୍ରସ୍ତୁତ କୋଭିସିଲ୍ଡକୁ ନେଇ ପାର୍ଶ୍ୱ ପ୍ରତିକ୍ରିୟା ହେଉଥିବା ଅଭିଯୋଗ କରି କୋର୍ଟରେ ଏକ ମାମଲା ଚାଲିଥିଲା। ୨୦୨୧ ଏପ୍ରିଲରେ କରୋନା ଟିକା ନେବା ପରେ ମସ୍ତିଷ୍ପର ସ୍ଥାୟୀ କ୍ଷତିଗ୍ରସ୍ତ ହେବା ପରେ ଜିମ୍ମୀ ସ୍କଟ୍‌‌ ଆଷ୍ଟ୍ରୋଜେନିକା ନାଁରେ ମାମଲା ଦାୟର କରି କ୍ଷତିପୂରଣ ପାଇଁ ଦାବି କରାଯାଇଥିଲା। ମାମଲାର ୪ବର୍ଷ ପରେ କୋର୍ଟରେ ସତ୍ୟ ମାନିଛି କମ୍ପାନୀ। କୋଭିସିଲ୍ଡ ଟିକାରୁ ଲୋକଙ୍କ ଭିତରେ ବିରଳ ପାର୍ଶ୍ୱ ପ୍ରତିକ୍ରିୟା ଦେଖା ଦେଇପାରେ ବୋଲି କମ୍ପାନୀ ସ୍ୱିକାର କରିଛି।

Related Articles

Back to top button