ବଜେଟ୍‌ରେ ମହଙ୍ଗା ହେବ ଅଳଙ୍କାର ଓ ପ୍ଲାଷ୍ଟିକ୍ ସାମଗ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଅଳଙ୍କାର ଓ ପ୍ଲାଷ୍ଟିକ୍ ସାମଗ୍ରୀ ଉପରେ ଆମଦାନୀ ଶୁଳ୍କ ବଢ଼ାଇପାରନ୍ତି ବୋଲି କୁହାଯାଉଛି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବ୍ରୁଆରୀ ୧ ତାରିଖରେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ସାଧାରଣ ବଜେଟ୍ ଉପସ୍ଥାପନ କରିବେ। ଆଉ ଏହି ବଜେଟ୍‌ରେ କେତେକ ସାମଗ୍ରୀ ଉପରେ ଆମଦାନୀ ଶୁଳ୍କ ବଢ଼ାଇବା ନେଇ ଘୋଷଣା ହୋଇପାରେ।

ଇକୋନୋମିକ୍ ଟାଇମ୍ସରେ ଏନେଇ ଏକ ରିପୋର୍ଟ ପ୍ରକାଶ ପାଇଛି। ରିପୋର୍ଟ ଅନୁସାରେ, ଆତ୍ମନିର୍ଭର ଭାରତକୁ ପ୍ରୋତ୍ସାହିତ କରିବା ପାଇଁ କେନ୍ଦ୍ର ସରକାର ପାଖାପାଖି ୩୫ ଟି ସାମଗ୍ରୀ ଉପରେ କଷ୍ଟମ ଡ୍ୟୁଟି(ଆମଦାନୀ ଶୁଳ୍କ) ବଢାଇ ପାରନ୍ତି। ସେଗୁଡ଼ିକ ମଧ୍ୟରୁ ପ୍ରାଇଭେଟ୍ ଜେଟ୍, ହେଲିକପ୍ଟର୍ସ, ହାଇ-ଆଣ୍ଡ ଇଲେକ୍ଟ୍ରୋନିକ୍ସ, ପ୍ଲାଷ୍ଟିକ୍ ସାମଗ୍ରୀ, ଅଳଙ୍କାର, ହାଇହୃଗ୍ଲସା ପେପର ଭିଟାମିନ୍ସ ସାମିଲ୍ ରହିଛି।

ଏସବୁ ସାମଗ୍ରୀ ଉପରେ ଆମଦାନୀ ଶୁଳ୍କ ଲଗାଇବାର ସରକାରଙ୍କର ଉଦ୍ଦେଶ୍ୟ ହେଲା ବିଦେଶ ପ୍ରତି ନିର୍ଭରଶୀଳତା କମ କରି ନିଜ ଦେଶରେ ଏହାର ଉତ୍ପାଦନ ବୃଦ୍ଧି କରିବା। ତେଣୁ ଏଥିପାଇଁ ପୂର୍ବରୁ ମୂଲ୍ୟ ବୃଦ୍ଧି କରାଯିବାକୁ ଥିବା ଅଣଅତ୍ୟାବଶ୍ୟକୀୟ ସାମଗ୍ରୀ(ନନ୍‌ ଏସେନ୍ସିଆଲ ଇମ୍ପୋର୍ଟସ୍)ର ତାଲିକା ଦେବାକୁ ବିଭିନ୍ନ ମନ୍ତ୍ରାଳୟକୁ ନିର୍ଦ୍ଦେଶ ଦେଇଥିଲା। ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରାଳୟ।

Related Articles

Back to top button