
ପରବର୍ତ୍ତୀ ୬ ଘଣ୍ଟାରେ ଅବପାତରେ ପରିଣତ ହେବ ହାମୁନ୍’
ବଙ୍ଗୋପସାଗରରେ ବାତ୍ୟା ହାମୁନର ଲ୍ୟାଣ୍ଡଫଲ୍ ଆରମ୍ଭ ହୋଇଛି । ବାଂଲାଦେଶ ଉପକୂଳ ଅତିକ୍ରମ କରିଛି ବାତ୍ୟା ‘ହାମୁନ୍’ । ଆଜି ଭୋରରେ ବାଂଲାଦେଶ ଉପକୂଳରେ ଚିଟ୍ଟାଗଙ୍ଗର ଦକ୍ଷିଣରେ ସ୍ଥଳଭାଗ ଅତିକ୍ରମ କରିିଛି । ପବନର ବେଗ ଘଣ୍ଟାପ୍ରତି ୮୦ ରୁ ୯୦ କିଲୋମିଟର ଓ ଏହା ବଢ଼ି ୧୦୦ କିଲୋମିଟର ଛୁଇଁଥିଲା ।
ସ୍ଥଳଭାଗ ମୁହାଁ ହେବା ସହ ଦୁର୍ବଳ ପଡୁଛି ବାତ୍ୟା । ୬ ଘଣ୍ଟା ମଧ୍ୟରେ ଗଭୀର ଅବପାତରେ ପରିଣତ ହେବ । ପରବର୍ତ୍ତୀ ୬ ଘଣ୍ଟାରେ ଅବପାତରେ ପରିଣତ ହେବ। ଗତକାଲି ଭେରି ସିଭିଅର ସାଇକ୍ଲୋନିକ ଷ୍ଟର୍ମରୁ ସିଭିଅର ସାଇକ୍ଲୋନିକ ଷ୍ଟର୍ମ ବା ଭୀଷଣ ବାତ୍ୟାରେ ପରିଣତ ହୋଇଥିଲା । ଏବେ ଏହା ଧୀରେ ଧୀରେ ଆହୁରି ଦୁର୍ବଳ ହୋଇଛି ।