
ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ଡିସେମ୍ବର ସୁଦ୍ଧା ରାଜ୍ୟର ମୁଖ୍ୟମନ୍ତ୍ରୀ ହେବେ
କର୍ଣ୍ଣାଟକରେ କଂଗ୍ରେସର ଆଭ୍ୟନ୍ତରୀଣ ବିବାଦ ଶେଷ ହେବାର ନାଁ ନେଇ ନାହିଁ । ବର୍ଷ ଶେଷରେ ହେବାକୁ ଥିବା ନେତୃତ୍ୱ ପରିବର୍ତ୍ତନ ବିଷୟରେ ଏବେ ଠାରୁ ଆରମ୍ଭ ହୋଇଯାଇଛି କଳ୍ପନାଜଳ୍ପନା । ଏହାରି ମଧ୍ୟରେ ଦୁଇ ବରିଷ୍ଠ କଂଗ୍ରେସ ନେତା ଡିକେ ଶିବକୁମାରଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ସମର୍ଥନ କରିଛନ୍ତି।ବିଧାୟକ ବାସଭରାଜୁ ଭି ଶିବଗଙ୍ଗା ରବିବାର ଦାବି କରିଛନ୍ତି ଯେ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ଡିସେମ୍ବର ସୁଦ୍ଧା ରାଜ୍ୟର ମୁଖ୍ୟମନ୍ତ୍ରୀ ହେବେ। ଶିବଗଙ୍ଗା ଜୋର ଦେଇ କହିଥିଲେ ଯେ ଶିବକୁମାର ଚଳିତ ବର୍ଷ ଡିସେମ୍ବରରୁ ଆଗାମୀ ବର୍ଷ ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିବେ କାରଣ ଦଳ ଏଠାରେ ମଧ୍ୟ ପରବର୍ତ୍ତୀ ବିଧାନସଭା ନିର୍ବାଚନରେ ବିଜୟୀ ହେବାକୁ ଯାଉଛି।ସେ ଆହୁରି ମଧ୍ୟ ଦାବି ରଖିଛନ୍ତି, ଆପଣ ମାନେ ଲେଖିକି ରଖନ୍ତୁ ଡିସେମ୍ବର ସୁଦ୍ଧା ଏପରି ପରିବର୍ତ୍ତନ ହେବାକୁ ଯାଉଛି । ମୁଁ ରକ୍ତରେ ଲେଖି ପାରିବି ଯେ ଶିବକୁମାର ଡିସେମ୍ବର ସୁଦ୍ଧା ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ।