
ଦିଲ୍ଲୀରେ ଏକ ଢାବା ଫ୍ରିଜରୁ ଉଦ୍ଧାର ହେଲା ଯୁବତୀଙ୍କ ମୃତଦେହ
ନୂଆଦିଲ୍ଲୀ: ଲୋମ ଟାଙ୍କୁରା ଶ୍ରଦ୍ଧା ହତ୍ୟାକାଣ୍ଡ ପରି ଅନ୍ୟ ଏକ ହତ୍ୟାକାଣ୍ଡ ସାମ୍ନାକୁ ଆସିଛି । ଦିଲ୍ଲୀରେ ଏକ ଢାବା ଫ୍ରିଜରୁ ଶବ ମିଳିଛି । ପୋଲିସ ଅପରାଧୀଙ୍କୁ ଗିରଫ କରିନେଇ ଶବ ଉଦ୍ଧାର କରିଛି । ମାମଲାଟି ଦିଲ୍ଲୀ ହରିଦାସ ନଗରର ବୋଲି କୁହାଯାଉଛି ।
ପୋଲିସ ଏହି ଘଟଣାରେ କହିଛି ଯେ, ଅପରାଧୀଙ୍କ ପରିଚୟ ହେଉଛି ସାହିଲ ଗହଲୋତ । ସେ କାଶ୍ମୀର ଗେଟ୍ ଆଇଏସବୀଟୀ ପାଖରେ ଏକ କାରରେ ଜଣେ ଯୁବତୀଙ୍କୁ ଗଳା ଚିପି ହତ୍ୟା କରିଛି । ଝିଅଟି ମରିଯିବା ପରେ ଅପରାଧୀ ଜଣକ ଶବକୁ ମିତ୍ରାଓ ଗାାଁକୁ ନେଇ ଆସିଥିଲା । ସେହି ଗାଁରେ ଆପରାଧୀର ନିଜ ଢାବା ରହିଛି । ସେହି ଢାବାରେ ଥିବା ଫ୍ରିଜରେ ସେ ଶବକୁ ଲୁଚାଇ ରଖିଥିଲେ ।
ପୋଲିସ ଏହାର ସୂଚନା ପାଇଁ ସେହି ଫ୍ରିଜରୁ ଯୁବତୀଙ୍କ ମୃତଦେଦକୁ ଉଦ୍ଧାର କରିଥିଲା । ଏହାପରେ ଅପରାଧୀକୁ ଗିରଫ କରାଯାଇ ତାଙ୍କୁ ପଚରା ଉଚରା କରାଯାଉଛି । କୁହାଯାଉଛି ଯେ, ଯୁବତୀ ଜଣକ ହତ୍ୟା କାଶ୍ମୀର ଗେଟ ଆଇଏସବୀଟୀ ପାଖରେ ତଣ୍ଟି ଚିପି କରାଯାଇଛି । ଅପରାଧୀ ଯୁବକଙ୍କ ବୟସ ୨୬ ବର୍ଷ ବୋଲି ଜଣାପଡିଥିବା ବେଳେ ପୋଲିସ ତଦନ୍ତ ଚଲାଇଛି ।