
ଜୁନ୍ ୩୦ ପର୍ଯ୍ୟନ୍ତ ପାନ୍-ଆଧାର କାର୍ଡ ଲିଙ୍କ୍ ସମୟସୀମା ବୃଦ୍ଧି
ନୂଆଦିଲ୍ଲୀ: ପାନ୍ କାର୍ଡ (ପର୍ମାନେଣ୍ଟ ଆକାଉଣ୍ଟ ନମ୍ବର) ସହ ଆଧାର କାର୍ଡ ଲିଙ୍କ୍ କରିବାର ସମୟସୀମାକୁ ଆସନ୍ତା ଜୁନ୍ ୩୦ ୨୦୨୩ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ସେଣ୍ଟ୍ରାଲ ବୋର୍ଡ ଅଫ ଡାଇରେକ୍ଟ ଟ୍ୟାକ୍ସ (ସିବିଡିଟି) ମଙ୍ଗଳବାର ଏକ ବିଜ୍ଞପ୍ତି ଜାରି କରି ଏହି ସୂଚନା ଦେଇଛି। ପୂର୍ବରୁ ମାର୍ଚ୍ଚ ୩୧, ୨୦୨୩ ଯାଏ ପାନ୍ କାର୍ଡ ସହ ଆଧାର କାର୍ଡ ଲିଙ୍କ୍ କରିବାର ଶେଷ ତାରିଖ ଥିଲା। ଏହାକୁ ନେଇ ପିଆଇବି ଟୁଇଟ୍ କରି କହିଛି, ଟିକସଦାତାଙ୍କୁ କିଛିଟା ଆଶ୍ୱସ୍ତି ଦେଇ ପାନ ସହ ଆଧାର ସଂଯୋଗ କରିବାର ଶେଷ ତାରିଖକୁ ଜୁନ୍ ୩୦, ୨୦୨୩ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।