କ୍ରିକେଟର ଋଷଭ ପନ୍ତ ସଡକ ଦୁର୍ଘଟଣାରେ ଗୁରୁତର ଆହତ

ନୂଆଦିଲ୍ଲୀ: ଭାରତୀୟ ଭାରତୀୟ କ୍ରିକେଟ ଟିମର ଷ୍ଟାର ୱିକେଟ କିପର ବା କ୍ରିକେଟର ଋଷଭ ପନ୍ତ ଆଜି ଏକ ଭୟଙ୍କର ସଡକ ଦୁର୍ଘଟଣାର ଶିକାର ହୋଇଛନ୍ତି । ଫଳରେ ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଡାକ୍ତର ତାଙ୍କୁ ଚିକିତ୍ସା କରୁଥୁବା ବେଳେ ତାଙ୍କ ଗୋଡ,ପିଠି ଏବଂ ମୁଣ୍ଡରେ ଗଭିର ଆଘାତ ଲାଗିଛି । ଏତିସହିତ ତାଙ୍କ କାଟ ଟି ସମ୍ପୂର୍ଣ୍ଣ ଜଳି ଯାଇଥିବା ସୂଚନା ମିଳିଛି ।

ତେବେ ମିଳିଥିବା ସୂଚନା ଅନୁଯାୟୀ, ଦିଲ୍ଲୀ-ଡେରାଡୁନ୍ ହାଇୱେରେ ଋଷଭଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଯାହାର ସିସିଟିଭି ଭିଡିଓ ବର୍ତ୍ତମାନ ସାମ୍ନାକୁ ଆସିଛି । ଏଥିସହିତ ଋଷଭଙ୍କର କିଛି ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ତେବେ ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ, କାର ଟି ଦ୍ରୁତ ଗତିରେ ଆସି ଡିଭାଇଡଡରେ ପିଟି ହୋଇଛି । ଫଳରେ କାରରେ ନିଆଁ ଲାଗି ଯାଇଛି । ଫଳରେ କାରଟି ସମ୍ପୂର୍ଣ୍ଣ ଭାବରେ ନଷ୍ଟ ହୋଇ ଯାଇଛି । ଏହା ସହ କ୍ରିକେଟରଙ୍କ କିଛି ଫଟୋ ମଧ୍ୟ ସାମ୍ନାକୁ ଆସିଛି, ଯେଉଁଥିରେ ତାଙ୍କୁ ଗୁରୁତର ଆଘାତ ଲାଗିଥିବା ସ୍ପଷ୍ଟ ଦେଖିବାକୁ ମିଳିଛି ।ତେବେ ଦୁର୍ଘଟଣା ପରେ ତୁରନ୍ତ ଋଷଭଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଡାକ୍ତରଙ୍କ କହିବା ମୁତାବକ, ଋଷଭଙ୍କ ଗୋଡରେ ଗଭିର ଆଘାତ ଲାଗିଛି । ଯାହାଫଳରେ ତାଙ୍କ ଗୋଡର ତାଙ୍କର ପ୍ଲାଷ୍ଟିକ ସର୍ଜରୀ କରାଯିବ ।

ସୂଚନା ଅନୁସାରେ, ଦିଲ୍ଲୀରୁ ଘରକୁ ଫେରୁଥିବା ସମୟରେ ତାଙ୍କ କାର ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତେବେ ପନ୍ତଙ୍କୁ ତୁରନ୍ତ ରୁଡକିରୁ ଦିଲ୍ଲୀ ପଠାଯାଇଥିଲା । ଫଳରେ ଦିଲ୍ଲୀର ଡେରାଡୁନ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିବା ଜଣାପଡିଛି । ଏତିସହିତ ତାଙ୍କ ସ୍ୱାସ୍ଥ୍ୟବସ୍ତା ସ୍ଥିର ଥିବା ସୂଚନା ମିଳିଛି । ଅନ୍ୟ ପକ୍ଷେ କ୍ରିକେଟର ଋଷଭପନ୍ତଙ୍କ ଦୁର୍ଘଟଣା ଖବର ବିଷୟରେ ଉତ୍ତରାଖଣ୍ଡ ସରକାର ଜାଣିବା ପରେ ତାଙ୍କ ଚିକିତ୍ସାର ସମସ୍ତ ଖର୍ଚ୍ଚ ବହନ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ଉତ୍ତରାଖଣ୍ଡ ସରକାର ପୁଷ୍ପକର ସିଂହ ଧମୀ ଟ୍ୱିଟରରେ ଏହି ବିଷୟରେ ପୋଷ୍ଟ କରିଛନ୍ତି ।

Related Articles

Back to top button