ଲାଲକିଲ୍ଲା ଆକ୍ରମଣ ମାମଲାରେ ଦୋଷୀ ସାବ୍ୟସ୍ତ ମହମ୍ମଦ ଆଶଫାକଙ୍କ ମୃତ୍ୟୁଦଣ୍ଡ ସୁପ୍ରିମ୍‌ କୋର୍ଟରେ କାଏମ

ନୂଆଦିଲ୍ଲୀ : ୨୦୦୦ ମସିହାରେ ଲାଲ କିଲ୍ଲା ଉପରେ ହୋଇଥିବା ଆକ୍ରମଣ ମାମଲାରେ ଦୋଷୀ ସାବ୍ୟସ୍ତ ମହମ୍ମଦ ଆଶଫାକ ଆରିଫଙ୍କ ମୃତ୍ୟୁଦଣ୍ଡକୁ ସୁପ୍ରିମକୋର୍ଟ କାଏମ ରଖିଛନ୍ତି। ଏଥିରୁ ମୁକ୍ତି ଦେବାକୁ ଶୀର୍ଷକୋଟର୍’ମନା କରି ଦେଇଛନ୍ତି। ଗୁରୁବାର ସର୍ବୋଚ୍ଚ ନ୍ୟାୟାଳୟ ଆଶଫାକଙ୍କ ମୃତ୍ୟୁଦଣ୍ଡକୁ କାଏମ ରଖିଥିଲେ। ପ୍ରଧାନ ବିଚାରପତି ୟୁୟୁ ଲଲିତଙ୍କ ନେତୃତ୍ୱରେ ଗଠିତ ଏକ ବେଞ୍ଚ ଏହା ବିରୋଧରେ ହୋଇଥିବା ଆବେଦନକୁ ଖାରଜ କରିଦେଇଛନ୍ତି।

ଡିସେମ୍ବର୨୦୦୦ରେ ଦିଲ୍ଲୀର ଲାଲ କିଲ୍ଲାର ସେନା ବ୍ୟାରେକ ଉପରେ ଆକ୍ରମଣ କରିଥିବା ପାକିସ୍ତାନର ଆଶଫାକ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଏହି ଆକ୍ରମଣର ମାଷ୍ଟରମାଇଣ୍ଡ ବୋଲି ବିବେଚନା କରାଯାଉଥିବା ଆରିଫଙ୍କୁ ୨୦୦୫ ମସିହାରେ ଦିଲ୍ଲୀର ଟ୍ରାଏଲ କୋର୍ଟ ଦ୍ୱାରା ମୃତ୍ୟୁଦଣ୍ଡ ଦିଆଯାଇଥିଲା। ଏଥି ସହିତ, ୨୦୦୭ ମସିହାରେ ଦିଲ୍ଲୀ ହାଇକୋର୍ଟ ମୃତ୍ୟୁଦଣ୍ଡକୁ ନିଶ୍ଚିତ କରିଥିଲେ। ୨୦୧୧ ରେ ସୁପ୍ରିମକୋର୍ଟ ମଧ୍ୟ ଦୋଷୀ ସାବ୍ୟସ୍ତ ହୋଇଥିବା ଆଶଫାକଙ୍କ ମୃତ୍ୟୁଦଣ୍ଡକୁ କାଏମ ରଖିଥିଲେ।

Related Articles

Back to top button