ସମାନ ନାଗରିକ ସଂହିତା ଉପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବୟାନକୁ ନେଇ ଝଡ଼

ୟୁନିଫର୍ମ ସିଭିଲ କୋଡ୍ ବା ସମାନ ନାଗରିକ ସଂହିତାକୁ ନେଇ ଆରମ୍ଭ ହୋଇଛି ବିତର୍କ । ମଙ୍ଗଳବାର ମଧ୍ୟପ୍ରଦେଶ ରାଲିରେ ପ୍ରଧାନମନ୍ତ୍ରୀ ମୋଦୀ ଦେଶରେ ସମାନ ନାଗରିକ ସଂହିତା ଲାଗୁ ହେବା ନେଇ ସଙ୍କେତ ଦେବା ପରେ ଝଡ଼ ସୃଷ୍ଟି ହୋଇଛି । ମୋଦୀଙ୍କ ବୟାନକୁ ନେଇ ଆକ୍ରମଣ।।କ୍ରମ ଭୂମିକା ଗ୍ରହଣ କରିଛନ୍ତି ବିରୋଧୀ । ରାଲିରେ ମୋଦୀ କହିଥିଲେ ଦେଶରେ ସମାନ ନାଗରିକ ସଂହିତାଙ୍କୁ ନେଇ ଲୋକଙ୍କୁ ବିଭ୍ରାନ୍ତ କରାଯାଉଛି । ଭୋଟବ୍ୟାଙ୍କ ରାଜନୀତି ପାଇଁ ମୁସଲିମ ସମ୍ପ୍ରଦାୟଙ୍କୁ ଉତ୍ତେଜିତ କରାଯାଉଛି । ସିଭିଲ କୋଡ ନାଁରେ ଦେଶରେ ଦୁଇଟି ଆଇନ ଚାଲିପାରିବ ନାହିଁ ।

ସେହିପରି ତିନି ତଲାକ ପ୍ରସଙ୍ଗ ଉଠାଇ ପ୍ରଧାନମନ୍ତ୍ରୀ ବିରୋଧୀ ଗୋଷ୍ଠୀଙ୍କୁ ଟାର୍ଗେଟ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଥିଲେ ଯେଉଁମାନେ ତିନି ତଲାକ ସପକ୍ଷରେ ଯୁୁକ୍ତି କରୁଛନ୍ତି ସେମାନେ ଭୋଟ ବ୍ୟାଙ୍କ ରାଜନୀତି କରୁଛନ୍ତି । ମୁସଲିମ ମହିଳା ଓ ଝିଅଙ୍କ ପ୍ରତି ଅନ୍ୟାୟ ହେଉଛି । ତିନି ତଲାକ କେବଳ ପତ୍ନୀକୁ ମାନସିକ ନିର୍ଯ୍ୟାତନା ଦେଉନି ବରଂ ପୂରା ପରିବାରକୁ ନଷ୍ଟ କରୁଛି । ମୁସଲିମ ମା ଓ ଭଉଣୀଙ୍କ ସହ ବିଜେପି ସର୍ବଦା ସମର୍ଥନ ଦେଇ ଆସୁଛି ।

ଅନ୍ୟପଟେ ପ୍ରଧାନମନ୍ତ୍ରୀଙ୍କ ବୟାନକୁ ନେଇ ବିରୋଧୀଦଳମାନେ ମିଳିତ ଆକ୍ରମଣ କରିଛନ୍ତି । ମୋଦୀ ସରକାର ବେକାରୀ, ଦାରିଦ୍ର୍ୟ, ଦରଦାମ ବୃଦ୍ଧି, ମଣିପୁର ହିଂସା, ଆଦି ସମ୍ବେଦନଶୀଳ ପ୍ରସଙ୍ଗରୁ ଲୋକଙ୍କ ଧ୍ୟାନ ହଟାଇବାପାଇଁ ୟୁସିସିକୁ ଏକ ପ୍ରସଙ୍ଗ କରିବାକୁ ଚାହୁଁଥିବା ବିରୋଧୀ କହିଛନ୍ତି ।

କିଛି ଦିନ ପୂର୍ବରୁ ଆଇନ କମିଶନ ପକ୍ଷରୁ ସମାନ ନାଗରିକ ସଂହିତାକୁ ନେଇ ପରାର୍ମଶ ମଗାଯାଇଥିବା ଘଟଣା ଚର୍ଚ୍ଚାରେ ରହିଥିଲା । ଆଉ ଏବେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବୟାନ ଚର୍ଚ୍ଚାକୁ ବିବାଦ ରୂପ ଦେଇଛି । ଏହାରି ମଧ୍ୟରେ ଆମ୍ ଆଦମୀ ପାର୍ଟି କେନ୍ଦ୍ର ସରକାରଙ୍କ ସମାନ ନାଗରିକ ସଂହିତା ପ୍ରସଙ୍ଗରେ ସମର୍ଥନ ଜଣାଇଛି ।

Related Articles

Back to top button