
ବୃଦ୍ଧି ପାଇଛି କେନ୍ଦ୍ର ସରକାରଙ୍କ ଋଣ ଭାର: ଦ୍ୱିତୀୟ ତ୍ରୈମାସରେ ୧୪୭.୧୯ ଲକ୍ଷ କୋଟିରେ ପହଞ୍ଚିଲା ମୋଟ ଋଣ ପରିମାଣ
ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଉପରେ ବୃଦ୍ଧି ପାଇଛି ଋଣ ଭାର । ଅର୍ଥ ମନ୍ତ୍ରଣାଳୟର ରିପୋର୍ଟ ଅନୁଯାୟୀ, ସେପ୍ଟେମ୍ବର ଶେଷରେ ସରକାରଙ୍କ ଉପରେ ମୋଟ ଋଣ ପରିମାଣ ୧୪୭.୧୯ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଛି । ଏହାପୂର୍ବରୁ ଜୁନ୍ ତ୍ରୈମାସରେ ଏହା ୧୪୫.୭୨ କୋଟି ଟଙ୍କା ଥିଲା । ସାର୍ବଜନୀନ ଋଣର ସର୍ବଶେଷ ତଥ୍ୟ ଅନୁଯାୟୀ, ଚଳିତ ଆର୍ଥିକ ବର୍ଷର ୨୦୨୨-୨୩ ଦ୍ୱିତୀୟ ତ୍ରୈମାସରେ ଏକ ପ୍ରତିଶତ ବୃଦ୍ଧି ପାଇଛି ।
ମଙ୍ଗଳବାର ଦିନ ଅର୍ଥ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ଋଣ ପରିଚାଳନା ସମ୍ବନ୍ଧୀୟ ତ୍ରୈମାସିକ ରିପୋର୍ଟ ଅନୁଯାୟୀ, ଚଳିତ ବର୍ଷ ସେପ୍ଟେମ୍ବର ଶେଷରେ ସାଧାରଣ ଋଣ ମୋଟ ୮୯..୧ ପ୍ରତିଶତରେ ପହଞ୍ଚିଛି, ଯାହା ଜୁନ୍ ୩୦ ରେ ଶେଷ ହୋଇଥିବା ତ୍ରୈମାସରେ ୮୮.୩ ପ୍ରତିଶତ ଥିଲା ।
ଏଥିରେ କୁହାଯାଇଛି ଯେ ପ୍ରାୟ ୨୯.୬ ପ୍ରତିଶତ ସରକାରୀ ସିକ୍ୟୁରିଟି (ସ୍ଥିର କିମ୍ବା ପରିବର୍ତ୍ତନଶୀଳ ସୁଧ ସିକ୍ୟୁରିଟି) ପାଞ୍ଚ ବର୍ଷରୁ କମ୍ ପରିପକ୍ୱତା ହେତୁ ହୋଇଥାଏ । ରିପୋର୍ଟ ଅନୁଯାୟୀ, ଦ୍ୱିତୀୟ ତ୍ରୈମାସିକରେ କେନ୍ଦ୍ର ସରକାର ସିକ୍ୟୁରିଟି ମାଧ୍ୟମରେ ୪,୦୬,୦୦୦ କୋଟି ଟଙ୍କା ସଂଗ୍ରହ କରିଛନ୍ତି । ତେବେ ଏହି ସମୟରେ ଋଣ ୪,୨୨,୦୦୦ କୋଟି ଟଙ୍କା ଥିଲା । ଯେଉଁଠାରେ ୯୨,୩୭୧.୧୫ କୋଟି ଟଙ୍କା ଫେରସ୍ତ କରାଯାଇଥିଲା ।
ସେହିପରି ବୈଦେଶିକ ମୁଦ୍ରା ଭଣ୍ଡାର ପ୍ରସଙ୍ଗରେ ଏହା କୁହାଯାଇଛି ଯେ ୨୦୨୨-୨୩ ମସିହା ସେପ୍ଟେମ୍ବର ୩୦ ସୁଦ୍ଧା ଏହା ୫୩୨.୬୬ ବିଲିୟନ ଡ଼ଲାରରେ ପହଞ୍ଚିଛି ଯାହା ୨୪ ସେପ୍ଟେମ୍ବର ୨୦୨୧ ସୁଦ୍ଧା ୬୩୮.୬୪ ବିଲିୟନ ଡ଼ଲାର ଥିଲା । ଜୁଲାଇ ୧, ୨୦୨୨ ରୁ ୩୦ ସେପ୍ଟେମ୍ବର ୨୦୨୨ ମଧ୍ୟରେ ଡଲାର ତୁଳନାରେ ଟଙ୍କା ୩.୧୧ ପ୍ରତିଶତ ହ୍ରାସ ପାଇଛି ।