ତାମିଲନାଡୁ ଓ ଶ୍ରୀଲଙ୍କା ଉପକୂଳରେ ସ୍ଥଳ ଭାଗ ଛୁଇଁବ ବାତ୍ୟା
ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ଗଭୀର ଅବପାତ ସକ୍ରିୟ ରହିଛି। ଉତ୍ତର ଉତ୍ତରପଶ୍ଚିମ ଆଡେ ଘଣ୍ଟାକୁ ୧୨ କିମି ବେଗରେ ଉପକୂଳ ଆଡକୁ ଗତି କରୁଛି । ଦକ୍ଷିଣ ଦକ୍ଷିଣପୂର୍ବ ଚେନ୍ନାଇ ଠାରୁ ୭୭୦ କିମି ଦୂରରେ କେନ୍ଦ୍ରୀଭୂତ ରହିଥିବା ବେଳେ ଏହା ଉତ୍ତର ଉତ୍ତରପଶ୍ଚିମ ଆଡେ ଗତି କରି ଆସନ୍ତା ୨୭ ତାରିଖ ସୁଦ୍ଧା ବାତ୍ୟାର ରୂପ ନେବ।ପରବର୍ତ୍ତୀ ୨ ଦିନରେ ଉତ୍ତର ଉତ୍ତରପଶ୍ଚିମ ଦିଗରେ ଗତି କରିବ। ତାମିଲନାଡୁ ଓ ଶ୍ରୀଲଙ୍କା ଉପକୂଳରେ ସ୍ଥଳ ଭାଗ ଛୁଇଁବା ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି । ସେହିପରି ମଙ୍ଗଳବାର ତାମିଲନାଡୁ ଡେଲ୍ଟା ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି । ଉପକୂଳବର୍ତ୍ତୀ ଡେଲଟାରେ ପାଣିପାଗ ବିଭାଗ ଦ୍ୱାରା ରେଡ୍ ଆଲର୍ଟ ଜାରି କରାଯାଇଛି । ମାୟିଲାଦୁଥୁରାଇ, ନାଗାପାଟ୍ଟିନମ୍, ତିରୁଭର ଏବଂ କରାଇକାଲ ପରି ଉପକୂଳବର୍ତ୍ତୀ ଜିଲ୍ଲାରେ ବର୍ଷା ପ୍ରବଳ ବର୍ଷା ହୋଇଥିବା ବେଳେ , ପୁଡୁକୋଟ୍ଟାଇ, ଥାନଜାଭୁର ଏବଂ ତିରୁଚିରେ ମଧ୍ୟମ ଧରଣର ରହିଛି। ବର୍ଷା ଯୋଗୁଁ ଜିଲ୍ଲାଗୁଡ଼ିକ ପ୍ରଭାବିତ ହୋଇଛି । ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ଜିଲ୍ଲା ପ୍ରଶାସନ ବିପର୍ଯ୍ୟୟ ମୁକାବିଲା ପାଇଁ ପଦକ୍ଷେପ ଗ୍ରହଣ କରିଛି। ସାମ୍ଭାବ୍ୟ ବାତ୍ଯାକୁ ନେଇ ସବୁଠି ସ୍କୁଲ , କଲେଜ ଛୁଟି ଘୋଷଣା ମଧ୍ୟ କରାଯାଇଛି ।