
ଯବାନଙ୍କ ସହ ବିଜୟା ଦଶମୀ ପାଳିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ
ଯବାନଙ୍କ ସହ ବିଜୟା ଦଶମୀ ପାଳିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଭାରତ-ଚୀନ୍ ବର୍ଡରରେ ଥିବା ଯବାନଙ୍କ ସହ ଦଶହରା ମନାଇଛନ୍ତି । ବିଜୟା ଦଶମୀ ଅବସରରେ ଉତରାଖଣ୍ଡର ତାୱଙ୍ଗରେ ପହଞ୍ଚିଛନ୍ତି ରାଜନାଥ ସିଂହ । ସେଠାରେ ଶସ୍ତ୍ର ପୂଜା କରିଛନ୍ତି । ଏହି ସମୟରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ସୀମାରେ ନିୟୋଜିତ ଯବାନଙ୍କ ସହ ମଧ୍ୟ କଥା ହୋଇ ସେମାନଙ୍କ ମନୋବଳ ବଢାଇଛନ୍ତି ।