ଲେହର ଯବାନଙ୍କ ସହ କେନ୍ଦ୍ର ପ୍ରତୀରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମନାଇଲେ ହୋଲି

ଆଉ ଗୋଟେ ଦିନ ପରେ ରଙ୍ଗର ପର୍ବ ହୋଲି । ଏଥିପାଇଁ ସାରା ଦେଶ ଉତ୍ସବ ମୁଖର । ଏହି ଅବସରରେ ଲଦାଖ ଲେହର ଯବାନ ମାନଙ୍କ ପାଖରେ କେନ୍ଦ୍ର ପ୍ରତୀରକ୍ଷା ମନ୍ତ୍ରୀ ରାଜନାଥ ସିଂହ ହୋଲି ମନାଇବାକୁ ପହଂଚିଥିବା ଦେଖିବାକୁ ମିଳିଛି । ଏବଂ ରାଜନାଥ ସିଂହ ଙ୍କ ସହ ସେନା ମୁଖ୍ୟ ମନୋଜ ପାଣ୍ଡେ ମଧ୍ୟ ଯବାନ ଙ୍କ ସହ ହୋଲି ଖେଳିବାକୁ ପହଂଚିଛନ୍ତି । ତେବେ ଲେହ ବିମାନବନ୍ଦରରେ ଲଦାଖ ଉପରାଜ୍ୟପାଳ ବି.ଡି.ମିଶ୍ରା, ପ୍ରଶାସନ ଓ ସେନାର ଉଚ୍ଚପଦସ୍ଥ ଅଧିକାରୀ ମାନେ ଉପସ୍ଥିତ ରହି କେନ୍ଦ୍ର ପ୍ରତୀରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଙ୍କୁ ସ୍ୱାଗତ କରିଥିଲେ । ଏବଂ ଲେହର ହଲ ଅଫ ଫେମ ରେ ଦେଶର ସୁରକ୍ଷା ପାଇଁ ବଳିଦାନ ଦେଇଥିବା ଯବାନଙ୍କୁ ମନ ପକାଇ ପୁଷ୍ପାଂଜଳି ଅର୍ପଣ କରିଥିଲେ । ଏହାସହ ଯବାନ ମାନଙ୍କ ସହ ଅବିର ଖେଳି ପରସ୍ପରକୁ ମିଠା ଖୁଆଇ ବେଶ ଆନନ୍ଦ ରେ ଯବାନ ମାନଙ୍କ ସହ ହୋଲି ମନାଇଛନ୍ତି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ।

Related Articles

Back to top button