ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଚୀନ୍ ପ୍ରତିରକ୍ଷା ମନ୍ତ୍ରୀ ଡୋଙ୍ଗ ଜୁନ୍ ଙ୍କୁ ଭେଟିବେ

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଚୀନ୍ ପ୍ରତିରକ୍ଷା ମନ୍ତ୍ରୀ ଡୋଙ୍ଗ ଜୁନ୍ ଙ୍କୁ ଭେଟିବେ । ଗତ ମାସରେ ପୂର୍ବ ଲଦାଖରେ ଦୁଇ ସେନା ପ୍ରତ୍ୟାହାର କରିବା ପରେ ଏବଂ ଗତ ସପ୍ତାହରେ ଡେପସାଙ୍ଗ ଅଞ୍ଚଳରେ ଭାରତ ପାଟ୍ରୋଲିଂ ଆରମ୍ଭ କରିବା ପରେ ଏହା ପ୍ରଥମ ମନ୍ତ୍ରୀସ୍ତରୀୟ ବୈଠକ ହେବ । ପୂର୍ବତନ ନୌସେନା କମାଣ୍ଡର ଡୋଙ୍ଗଙ୍କୁ ଗତ ବର୍ଷ ଡିସେମ୍ବରରେ ଚୀନ ନିଯୁକ୍ତି ଦେଇଥିଲା । ନଭେମ୍ବର ୨୦ରୁ ଲାଓସରେ ଆରମ୍ଭ ହେବାକୁ ଥିବା ଦୁଇ ଦିନିଆ ୧୦ ଦେଶକୁ ନେଇ ଏସିଆନ ଶିଖର ସମ୍ମିଳନୀରେ ରାଜନାଥ ସିଂହ ଡୋଙ୍ଗଙ୍କୁ ଭେଟିବେ । ଏପ୍ରିଲ ୨୦୨୩ରେ ସାଂଘାଇ ସହଯୋଗ ସଂଗଠନ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ଚୀନର ଲି ସାଙ୍ଗଫୁ ଦିଲ୍ଲୀ ଆସିଥିଲେ । ଏହି ବୈଠକକୁ ଦୁଇ ପକ୍ଷ ମଧ୍ୟରେ ବିଶ୍ୱାସ ସୃଷ୍ଟି ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବରେ ଦେଖାଯାଉଛି । ୨୦୨୦ ମେ ଓ ଜୁନ୍ ମାସରେ ଗଲୱାନ ଓ ପାଙ୍ଗୋଙ୍ଗ ହ୍ରଦ ଅଞ୍ଚଳରେ ହିଂସା କାଣ୍ଡ ପରେ ଭାଙ୍ଗିଯାଇଥିବା ପୋଲକୁ ଦିଲ୍ଲୀ ଓ ବେଜିଂ ପୁନଃ ନିର୍ମାଣ କରୁଛନ୍ତି । ଦୁଇ ଦେଶ ମଧ୍ୟରେ ସାମରିକ ସଂଘର୍ଷରେ ୨୦ ଜଣ ଭାରତୀୟ ଯବାନ ସହିଦ ହୋଇଥିଲେ । ମୋଦି-ଜିନପିଙ୍ଗଙ୍କ ସାକ୍ଷାତ ପରେ ସୁଧୁରିଲା ସମ୍ପର୍କ, ଗତ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରପତି ସି ଜିନପିଙ୍ଗ୍ ଋଷରେ ସାକ୍ଷାତ କରିବା ପରେ ଏହା ହେଉଛି କ୍ରମାଗତ ଦ୍ବିତୀୟ ଉଚ୍ଚସ୍ତରୀୟ ବୈଠକ। ଏହି ପ୍ରତ୍ୟେକ ବୈଠକକୁ ଭାରତ-ଚୀନ ସମ୍ପର୍କକୁ ଆହୁରି ଦୃଢ କରିବା ଦିଗରେ ଏକ ପଦକ୍ଷେପ ଭାବେ ବିବେଚନା କରାଯିବ ।

Related Articles

Back to top button