ଜାମିଆ ୟୁନିଭର୍ସିଟି ହିଂସା ମାମଲାରେ ଦୋଷମୁକ୍ତ ହେଲେ ଶର୍ଜିଲ୍‌ ଇମାମ ଓ ଅସିଫ୍ ଇକବାଲ ତହ୍ନା

ନୂଆଦିଲ୍ଲୀ:  ଡିସେମ୍ବର ୨୦୧୯ ଦିଲ୍ଲୀ ଜାମିୟା ମିଲିୟା ଇସ୍ଲାମିଆ ୟୁନିଭର୍ସିଟି ହିଂସା ଘଟଣାରେ ଦୋଷମୁକ୍ତ ହେଲେ ଜବାହାର ଲାଲ୍ ନେହରୁ ୟୁନିଭର୍ସିଟି ଛାତ୍ର ଶର୍ଜିଲ୍‌ ଇମାମଙ୍କୁ ଓ ସହଯୋଗୀ ଅସିଫ ଇକବାଲ ତହ୍ନା। ଏହି ମାମଲାରେ ଶୁଣାଣି କରି ଦିଲ୍ଲୀ ସାକେତ କୋର୍ଟ ଉଭୟଙ୍କୁ ଦୋଷ ମୁକ୍ତ କରିଛନ୍ତି।  କୋର୍ଟରୁ ଖଲାସ ହେବା ପରେ ବି ଇମାମ ଜେଲ୍‌ରୁ ମୁକୁଳି ପାରିବେ ନାହିଁ। କାରଣ ତାଙ୍କ ବିରୋଧରେ ବେଆଇନ କାର୍ଯ୍ୟ ପ୍ରତିରୋଧ ଆଇନ(UAPA)ରେ ଅନ୍ୟ ଏକ ମାମଲା ବିଚାରାଧିନ ରହିଛି।

କେନ୍ଦ୍ର ସରକାରଙ୍କର ନାଗରିକ ସଂଶୋଧନ ଆଇନ(ସିଏଏ) ବିରୋଧରେ ଦିଲ୍ଲୀରେ ହୋଇଥିବା ହିଂସା ଘଟଣାରେ ଶର୍ଜିଲ୍‌ ଇମାମଙ୍କ ହାତ ଥିବା ପୁଲିସ ତଦନ୍ତରୁ ଜଣାପଡ଼ିଥିଲା। ଏହି ମାମାଲାରେ ତାଙ୍କ ବିରୋଧରେ UAPA ଆକ୍ଟ ଲାଗିଛି। ଯାହାର ତଦନ୍ତ ଏବେ ବି ଜାରି ରହିଛି।

ଜାମିଆ ହିଂସା ମାମଲାରେ ଦିଲ୍ଲୀର ସାକେତ୍‌ କୋର୍ଟରେ ଆଜି ଶୁଣାଣି ଚାଲିଥିଲା। ଅତିରିକ୍ତ ସେସନ ଜଜ୍‌ ଅରୁଣ ବର୍ମା ମାମଲାର ଶୁଣାଣି କରୁଥିବା ବେଳେ ଇମାମ୍‌ଙ୍କ ଓକିଲ ତର୍କ ରଖି କହିଥିଲେ ଯେ ଇମାମ୍‌ ସେଠାକୁ କେବଳ ଶାନ୍ତିପୂର୍ଣ୍ଣ ଧାରଣା ଦେବାକୁ ଯାଇଥିଲେ କୌଣସି ହିଂସା ଘଟାଇବାକୁ ନୁହେଁ। କୋର୍ଟ ଇମାମଙ୍କ ଓକିଲଙ୍କ ତର୍କକୁ ଗ୍ରହଣ କରିଥିଲେ।

ଗତବର୍ଷ ଏହି ମାମଲାରେ କୋର୍ଟ ଶର୍ଜିଲଙ୍କ ବିରୋଧରେ ଧାରା ଆପିସିରି ଧାରା ୧୨୪ ଏ (ଦେଶଦ୍ରୋହ), ୧୫୩ଏ(ଶତ୍ରୁତା ସୃଷ୍ଟି କରିବା), ୧୫୩ବି(ଦେଶର ଏକତା କ୍ଷୁର୍ଣ୍ଣ ଅଭିଯୋଗ), ୫୦୫ ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସିଏଏ ଓ ଏନ୍‌ଆର୍‌ସି ବିରୋଧୀ ଆନ୍ଦୋଳନ ବେଳେ ଇମାମ ହିଂସା ଉସ୍‌କାଇଲା ଭଳି ଭାଷଣ ଦେଇଥିବା ଅଭିଯୋଗ ହୋଇଥିଲା।

Related Articles

Back to top button