ଦିଲ୍ଲୀ ଶିକ୍ଷା ପ୍ରତିଷ୍ଠାନର ମାଲିକ ଏବଂ ସଂଯୋଜକ ଗିରଫ

ରାଜେନ୍ଦ୍ର ନଗରରେ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ଶିକ୍ଷା ପ୍ରତିଷ୍ଠାନର ମାଲିକ ଓ ସଂଯୋଜକଙ୍କୁ ଗିରଫ କରିଛି ପୁଲିସ । ଦିଲ୍ଲୀରେ ଶନିବାର ସନ୍ଧ୍ୟାରେ ହୋଇଥିବା ବର୍ଷାରେ ରାଜେନ୍ଦ୍ର ନଗର ଅଞ୍ଚଳରେ ଏକ ନାମୀ ଶିକ୍ଷା ପ୍ରତିଷ୍ଠାନର ବେସମେଣ୍ଟରେ ପାଣି ଭରିଯାଇଥିଲା । ଏହି ପାଣିରେ ବୁଡି ୟୁପିଏସସି ପାଇଁ ପ୍ରସ୍ତୁତ ହେଉଥିବା ୩ ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହୋଇଥିଲା । ମୃତକଙ୍କ ମଧ୍ୟରେ ଜଣେ ଛାତ୍ର ଓ ୨ ଜଣ ଛାତ୍ରୀ ଥିଲେ। ଏହି ଅଘଟଣ ପରେ ଛାତ୍ରଛାତ୍ରୀ ନ୍ୟାୟ ପାଇଁ ରାଜରାସ୍ତାକୁ ଓହ୍ଲାଇ ଆସିଥିଲେ । ତେବେ ଏଥିରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଶିକ୍ଷା ପ୍ରତିଷ୍ଠାନର ମାଲିକ ଏବଂ ସଂଯୋଜକଙ୍କୁ ଗିରଫ କରାଯାଇଛି ।

Related Articles

Back to top button