ମଦ ଦୁର୍ନୀତି ମାମଲାରେ ଦିଲ୍ଲୀ, ପଞ୍ଜାବ ଓ ହାଇଦ୍ରାବାଦର ୩୫ ସ୍ଥାନରେ ଇଡି ରେଡ୍

ନୂଆଦିଲ୍ଲୀ: ଅବକାରୀ ନୀତି ମାମଲାରେ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଦିଲ୍ଲୀ, ପଞ୍ଜାବ ଓ ହାଇଦ୍ରାବାଦର ୩୫ ସ୍ଥାନରେ ରେଡ୍ କରିଛି । ଆଜି ସକାଳୁ ରେଡ୍ କରାଯାଉଥିବା ସୂଚନା ମିଳିଛି । ଗିରଫ ମଦ ବ୍ୟବସାୟୀ ଇଣ୍ଡୋସ୍ପିରିଟର ମାଲିକ ସମୀର ମହେନ୍ଦ୍ରୁଙ୍କ ପଚରାଉଚରା ସମୟରେ ଏହି ଅବକାରୀ ନୀତି ମାମଲାରେ ପଞ୍ଜାବ ଓ ହାଇଦ୍ରାବାଦ ଲିଙ୍କ୍ ଘଟଣା ସାମ୍ନାକୁ ଆସିଥିଲା । ଏହି ପରିପ୍ରେକ୍ଷୀରେ ଆଜି ୩୫ ସ୍ଥାନରେ ପୁଣି ତନାଘନା କରୁଛି ଇଡି । ଏହିସବୁ ରାଜ୍ୟର ମଦ କମ୍ପାନୀ, ଯୋଗାଣ ବ୍ୟବସ୍ଥା ସହ ଜଡିତ ଥିବା ବ୍ୟକ୍ତିବିଶେଷଙ୍କ ଘରେ ଚଢାଉ ଚାଲିଥିବା ସୂଚନା ମିଳିଛି ।

ମଦ ଦୁର୍ନୀତି ମାମଲାରେ ଏ ପର୍ଯ୍ୟନ୍ତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ  ୧୦୩ରୁ ଅଧିକ ସ୍ଥାନରେ ଚଢାଉ କରିସାରିଲାଣି । ଏହି ଘଟଣାରେ ଇଣ୍ଡୋସ୍ପିରିଟର ମାଲିକ ତଥା ମଦ ବ୍ୟବସାୟୀ ସମୀର ମହେନ୍ଦ୍ରୁଙ୍କୁ ମଧ୍ୟ ଗିରଫ କରାଯାଇଛି । ସମୀର ମହେନ୍ଦ୍ରୁ ମନୀଷ ସିସୋଦିଆଙ୍କ ସହଯୋଗୀଙ୍କୁ ଦୁଇ ଥର କୋଟି କୋଟି ଟଙ୍କା ଦେଇଥିବା ଅଭିଯୋଗ ରହିଛି ।

ପୂର୍ବତନ ରେଳମନ୍ତ୍ରୀ ତଥା ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ, ପୂର୍ବତନ ମୁଖ୍ୟମନ୍ତ୍ରୀ ରାବଡି ଦେବୀ, ତାଙ୍କ ବଡ଼ ଝିଅ ମିସା ଭାରତୀ ଏବଂ ହେମାଙ୍କ ବ୍ୟତୀତ ଅନ୍ୟ ୧୩ ଜଣଙ୍କୁ CBI FIRରେ ଅଭିଯୁକ୍ତ ଭାବେ ଦର୍ଶାଇଛି । ସମୁଦାୟ ୧୬ ଜଣଙ୍କ ବିରୋଧରେ FIR ଦାଖଲ ହୋଇଛି । ଲାଲୁଙ୍କ ପରିବାର ବ୍ୟତୀତ ରାଜକୁମାର ସିଂ ମହୁଆ ବାଗ, ମିଥିଳେଶ କୁମାର ମହୁଆ ବାଗ, ଅଜୟ କୁମାର ମହୁଆ ବାଗ, ସଞ୍ଜୟ ରାୟ ଓରଫ ସଞ୍ଜୟ କୁମାର ମହୁଆ ବାଗ, ଧର୍ମେନ୍ଦ୍ର ରାୟ ଓରଫ ଧର୍ମେନ୍ଦ୍ର କୁମାର ମହୁଆ ବାଗ, ବିକାଶ କୁମାର ମହୁଆ ବାଗଙ୍କ ଭଳି ଅନ୍ୟ କିଛି ବ୍ୟକ୍ତିଙ୍କ ବିରୋଧରେ FIR ଦାଖଲ ହୋଇଛି ।

Related Articles

Back to top button